ବିଜେଡିରେ ମିଶିଲେ ସୁଲୋଚନା

ଭୁବନେଶ୍ୱର: ବିଜେଡିରେ ଯୋଗଦେଇଛନ୍ତି ସୁଲୋଚନା ଦାସ। ଆଜି ସକାଳେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

ବିଜେଡିରେ ମିଶିବା ପରେ ସୁଲୋଚନା କହିଛନ୍ତି,“ଦଳ ମୋତେ ଯାହା ଦାୟିତ୍ୱ ଦେବେ ତାହା ସମ୍ପାଦନ କରିବି।”

ନବୀନ କହିଛନ୍ତି,“ଆମେ ସୁଲୋଚନାଙ୍କୁ ସ୍ୱାଗତ କରୁଛୁ। ସେ ମିଶିବା ପରେ ଦଳର ସଂଗଠନ ମଜଭୁତ ହେବ।”

ଗତକାଲି ସୁଲୋଚନା କଂଗ୍ରେସ୍‌ରୁ ଇସ୍ତଫା ଦେଇଥିଲେ। ସେ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦିକା ଓ ମୁଖପାତ୍ର ଥିଲେ। ଦଳରେ ବିଶୃଙ୍ଖଳା ଚରମସୀମାରେ ପହଞ୍ଚି ଥିବା ଓ ଏହା ତାଙ୍କୁ ବିବ୍ରତ କରିଥିବା ଦର୍ଶାଇ ସେ ଇସ୍ତଫା ଦେଇଥିବା କହିଥିଲେ।