ସୁନ୍ଦରଗଡ଼ ଗଣ ଦୁଷ୍କର୍ମ ମାମଲାରେ ୩ ଅଟକ

ସୁନ୍ଦରଗଡ଼: କଲେଜ କ୍ୟାମ୍ପସ ଭିତରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ତନାଘନା ଚଲାଇଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ପଞ୍ଚାୟତ କଲେଜରେ ଘଟିଥିବା ଏହି ଗଣଦୁଷ୍କର୍ମ ଘଟଣାରେ ପୋଲିସ୍ ଆଜି ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ଏହି ଘଟଣାରେ ଜଣେ ଛାତ୍ରକୁ  ପୋଲିସ୍‌ ଅଟକ ରଖିଥିଲା। ଗଣଦୁଷ୍କର୍ମର ଶିକାର ଛାତ୍ରୀ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଜଣେ ଡିଏସପିଙ୍କ ନେତୃତ୍ୱରେ ତଦନ୍ତ କରାଯାଉଛି। ଏହି ଘଟଣାର ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରାଯାଇ ତଦନ୍ତ […]

sudargrah

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 08:42 AM IST

ସୁନ୍ଦରଗଡ଼: କଲେଜ କ୍ୟାମ୍ପସ ଭିତରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ତନାଘନା ଚଲାଇଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ପଞ୍ଚାୟତ କଲେଜରେ ଘଟିଥିବା ଏହି ଗଣଦୁଷ୍କର୍ମ ଘଟଣାରେ ପୋଲିସ୍ ଆଜି ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ଏହି ଘଟଣାରେ ଜଣେ ଛାତ୍ରକୁ  ପୋଲିସ୍‌ ଅଟକ ରଖିଥିଲା।

ଗଣଦୁଷ୍କର୍ମର ଶିକାର ଛାତ୍ରୀ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଜଣେ ଡିଏସପିଙ୍କ ନେତୃତ୍ୱରେ ତଦନ୍ତ କରାଯାଉଛି। ଏହି ଘଟଣାର ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରାଯାଇ ତଦନ୍ତ ଜାରି ରହିଥିବା ସୁନ୍ଦରଗଡ଼ ଏସପି କହିଛନ୍ତି।

ବଡ଼ଗାଁ ପଞ୍ଚାୟତ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ସେହି କଲେଜର କିଛି ଛାତ୍ର ଛାତ ଉପରକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ସଂପୃକ୍ତ ଛାତ୍ରୀ ଅଭିଯୋଗ କରିଛନ୍ତି। ଏ ନେଇ ସେ ଗତକାଲି ବଡ଼ଗାଁ ଥାନାରେ ଏତଲା ଦେଇଥିଲେ। ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ଏହି କାଣ୍ଡ ଘଟାଇଥିବା ଛାତ୍ରୀ ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

 

Related story