ପୋଲାଭରମ୍‌ ପ୍ରସଙ୍ଗ: କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ପୋଲାଭରମ୍‌କୁ ଜାତୀୟ ମାନ୍ୟତା ଦିଆଯିବାକୁ ବିରୋଧ କରି ଓଡ଼ିଶା କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। କୋର୍ଟ ଏହାର ବିଚାର କରି ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ନୋଟିସ୍‌ର ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରମର୍ତ୍ତି ଶୁଣାଣି ୬ ସପ୍ତାହ ପରେ କରାଯିବ। ସେହିପରି ମାମଲାରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ପକ୍ଷଭୁକ୍ତ କରାଯାଇଛି। ପୋଲାଭରମ୍‌ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ବହୁ ଗାଁ ଜଳମଗ୍ନ […]

sc

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 02:13 PM IST

ନୂଆଦିଲ୍ଲୀ: ପୋଲାଭରମ୍‌କୁ ଜାତୀୟ ମାନ୍ୟତା ଦିଆଯିବାକୁ ବିରୋଧ କରି ଓଡ଼ିଶା କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। କୋର୍ଟ ଏହାର ବିଚାର କରି ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ନୋଟିସ୍‌ର ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରମର୍ତ୍ତି ଶୁଣାଣି ୬ ସପ୍ତାହ ପରେ କରାଯିବ।

ସେହିପରି ମାମଲାରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ପକ୍ଷଭୁକ୍ତ କରାଯାଇଛି।

ପୋଲାଭରମ୍‌ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ବହୁ ଗାଁ ଜଳମଗ୍ନ ହୋଇଯିବା ଆଶଙ୍କା ଦେଖା ଦେଇଛି। ଫଳରେ ଏହାକୁ ବିରୋଧ କରି ଓଡ଼ିଶା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ପୂର୍ବତନ ୟୁପିଏ ସରକାର ପୋଲାଭରମ୍‌କୁ ଜାତୀୟ ମାନ୍ୟତା ଦେଇଥିବା ବେଳେ ବର୍ତ୍ତମାନର ଏନ୍‌ଡିଏ ସରକାର ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏପରିକି ଆର୍ଥିକ ସହାୟତା ପାଇଁ ନାବାର୍ଡ ସହ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। କେବଳ ଓଡ଼ିଶା ନୁହେଁ ପୋଲାଭରମ୍‌ ପ୍ରକଳ୍ପକୁ ତେଲେଙ୍ଗାନା ଓ ଛତିଶଗଡ଼ ସରକାର ମଧ୍ୟ ବିରୋଧ କରୁଛନ୍ତି।

Related story