ସୁରବାବା ଓ ତାଙ୍କ ସାନ ପୁଅ ଗଲେ ଝାରପଡ଼ା ଜେଲ, ବଡ଼ ପୁଅ ତ୍ରିଲୋଚନଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେଲେ କ୍ରାଇମବ୍ରାଞ୍ଚ୍

କଟକ: କ୍ରାଇମବ୍ରାଞ୍ଚ୍ ରିମାଣ୍ଡ ଅବଧି ସରିବା ପରେ ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ବାବାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ୬ ଦିନ ଧରି କ୍ରାଇମବ୍ରାଞ୍ଚ ତାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ ଶାଖାର କାର୍ଯ୍ୟକଳାପ ଓ ଆର୍ଥିକ କାରବାର ନେଇ ଜେରା କରିଛି। ସୁରବାବାଙ୍କ ସହିତ ତାଙ୍କ ସାନ ପୁଅଙ୍କୁ ମଧ୍ୟ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ତେବେ ଅଧିକ ପଚରାଉଚରା ଲାଗି ସୁରବାବାଙ୍କ ବଡ଼ ପୁଅ […]

suraandsons

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 03:52 PM IST

କଟକ: କ୍ରାଇମବ୍ରାଞ୍ଚ୍ ରିମାଣ୍ଡ ଅବଧି ସରିବା ପରେ ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ବାବାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ୬ ଦିନ ଧରି କ୍ରାଇମବ୍ରାଞ୍ଚ ତାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ ଶାଖାର କାର୍ଯ୍ୟକଳାପ ଓ ଆର୍ଥିକ କାରବାର ନେଇ ଜେରା କରିଛି। ସୁରବାବାଙ୍କ ସହିତ ତାଙ୍କ ସାନ ପୁଅଙ୍କୁ ମଧ୍ୟ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ତେବେ ଅଧିକ ପଚରାଉଚରା ଲାଗି ସୁରବାବାଙ୍କ ବଡ଼ ପୁଅ ତ୍ରିଲୋଚନ ମିଶ୍ରଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ୍। ତ୍ରିଲୋଚନ ତ୍ରାହି ଅଚ୍ୟୁତ ଆଶ୍ରମର ଆର୍ଥିକ କାରବାର କଥା ବୁଝୁଥିଲେ।

ମୁମ୍ୱାଇରୁ ବିହାର, ପଶ୍ଚିମବଙ୍ଗରୁ ନେପାଳ। ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ସାମ୍ରାଜ୍ୟ ସଂପର୍କରେ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ। ୬ ଦିନ ଧରି କ୍ରାଇମବ୍ରାଞ୍ଚ ସୁର ବାବା ଓ ତାଙ୍କର ଦୁଇ ପୁଅଙ୍କଠାରୁ ବିଭିନ୍ନ ସ୍ଥାନରେ ଥିବା ଆଶ୍ରମ ଓ ଏହାର କାର୍ଯ୍ୟକଳାପ ସଂପର୍କରେ ତଥ୍ୟ ସଂଗ୍ରହ କରିଛି। ଆଶ୍ରମ ନାଁରେ ଅନେକ ସ୍ଥାନରେ ଜମି ଥିବା ସୁରାକ୍ ମିଳିଛି। ସେହିପରି ଆଶ୍ରମ ଜରିଆରେ ବିକ୍ରି ହୋଇଥିବା ୧୬୦ଟି ପ୍ଲଟ୍ ସଂପର୍କରେ ମଧ୍ୟ କ୍ରାଇମବ୍ରାଞ୍ଚ ଯାଞ୍ଚ କରିଛି। ରିମାଣ୍ଡ ଅବଧି ଶେଷ ହେବା ପରେ ସୁର ବାବା ଓ ତାଙ୍କ ଦୁଇ ପୁଅଙ୍କୁ ଆଜି ଭୁବନେଶ୍ୱର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ସୁରବାବା ଓ ତାଙ୍କ ସାନ ପୁଅଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା। ତେବେ ବଡ଼ ପୁଅ ସୁରେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ୍ ପୁଣି ଥରେ ତିନି ଦିନିଆ ରିମାଣ୍ଡରେ ନେଇଛି।

ସୁରବାବାଙ୍କ ବିରୋଧରେ ରହିଥିବା ଜାତିଆଣ ଗାଳିଗୁଲଜ ଅଭିଯୋଗ ନେଇ ଆଜି ଦୁଇ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ସେହିପରି ଭଦ୍ରକ ଓ ଯାଜପୁରରେ ଥିବା ତ୍ରାହି ଅଚ୍ୟୁତ ସମିତି କର୍ମକର୍ତ୍ତାଙ୍କୁ ମଧ୍ୟ ଜେରା କରାଯାଇଛି। କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ଆଜି ପୁଣି ଝିଇଣ୍ଟି ଆଶ୍ରମ ଯାଇ ଛାନଭିନ୍ କରିଥିଲା। ସେପଟେ ମୁମ୍ୱାଇ ନିକଟରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍।

Related story