ଭୁବନେଶ୍ୱର: ସୁରବାବାଙ୍କ ଝିଇଁଣ୍ଟି ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ କ୍ରାଇମବ୍ରାଞ୍ଚ ତନାଘନା ଜାରି ରହିଛି। ଆଜି ଆଶ୍ରମ ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରରୁ ସୁନା ଅଳଙ୍କାର ଜବତ ହୋଇଛି। ଟ୍ରଷ୍ଟ ଅଫିସରୁ କିଛି କାଗଜପତ୍ର ଓ ଡକ୍ୟୁମେଣ୍ଟ ଜବତ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ୩୦୦ରୁ ଅଧିକ ଜମିବାଡ଼ି କାଗଜପତ୍ର ମଧ୍ୟ ମିଳିଛି ବୋଲି କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଶିବ ମନ୍ଦିର ପଛରେ ଥିବା ବିରାଟ ପୋଖରୀ ଓ ନୌବିହାର କେନ୍ଦ୍ରର ଫଟୋ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ। ଏପଟେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ପ୍ରଥମ ଦିନରେ ସୁର ବାବା ଓ ତାଙ୍କ ଦୁଇ ପୁଅଙ୍କୁ କ୍ରାଇମବ୍ରାଞ୍ଚର ଜେରା ଜାରି ରହିଛି। ଫେ।କସ୍ ରହିଛି ସୁରଙ୍କ ଆର୍ଥିକ କାରବାର ଉପରେ। ବର୍ତ୍ତମାନ ସୁଦ୍ଧା ସୁରେନ୍ଦ୍ର ଓ ତାଙ୍କ ସଂପର୍କୀୟଙ୍କ ୧୮ଟି ଆକାଉଣ୍ଟରୁ ୨ କୋଟି ୫୦ ଲକ୍ଷ ଟଙ୍କା ମିଳିଛି। ତାସହ ହୁଣ୍ଡି ଓ ଲକରରୁ ଲକ୍ଷ ଲକ୍ଷ ନଗଦ ଟଙ୍କା ଓ ସୁନା ଅଳଙ୍କାର ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।