ସୁରବାବା ପ୍ରସଙ୍ଗ: ତ୍ରାହି ଅଚ୍ୟୁତ ଆଶ୍ରମରୁ ମିଳିଲା ୩୦୦ରୁ ଅଧିକ ଜମିବାଡ଼ି କାଗଜପତ୍ର

ଭୁବନେଶ୍ୱର: ସୁରବାବାଙ୍କ ଝିଇଁଣ୍ଟି ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ କ୍ରାଇମବ୍ରାଞ୍ଚ ତନାଘନା ଜାରି ରହିଛି। ଆଜି ଆଶ୍ରମ ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରରୁ ସୁନା ଅଳଙ୍କାର ଜବତ ହୋଇଛି। ଟ୍ରଷ୍ଟ ଅଫିସରୁ କିଛି କାଗଜପତ୍ର ଓ ଡକ୍ୟୁମେଣ୍ଟ ଜବତ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ୩୦୦ରୁ ଅଧିକ ଜମିବାଡ଼ି କାଗଜପତ୍ର ମଧ୍ୟ ମିଳିଛି ବୋଲି କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଶିବ ମନ୍ଦିର ପଛରେ ଥିବା ବିରାଟ ପୋଖରୀ ଓ ନୌବିହାର କେନ୍ଦ୍ରର ଫଟୋ ସଂଗ୍ରହ କରିଛି […]

suraashrama

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 02:15 PM IST

ଭୁବନେଶ୍ୱର: ସୁରବାବାଙ୍କ ଝିଇଁଣ୍ଟି ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରେ କ୍ରାଇମବ୍ରାଞ୍ଚ ତନାଘନା ଜାରି ରହିଛି। ଆଜି ଆଶ୍ରମ ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରରୁ ସୁନା ଅଳଙ୍କାର ଜବତ ହୋଇଛି। ଟ୍ରଷ୍ଟ ଅଫିସରୁ କିଛି କାଗଜପତ୍ର ଓ ଡକ୍ୟୁମେଣ୍ଟ ଜବତ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ୩୦୦ରୁ ଅଧିକ ଜମିବାଡ଼ି କାଗଜପତ୍ର ମଧ୍ୟ ମିଳିଛି ବୋଲି କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଶିବ ମନ୍ଦିର ପଛରେ ଥିବା ବିରାଟ ପୋଖରୀ ଓ ନୌବିହାର କେନ୍ଦ୍ରର ଫଟୋ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ। ଏପଟେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ପ୍ରଥମ ଦିନରେ ସୁର ବାବା ଓ ତାଙ୍କ ଦୁଇ ପୁଅଙ୍କୁ କ୍ରାଇମବ୍ରାଞ୍ଚର ଜେରା ଜାରି ରହିଛି। ଫେ।କସ୍ ରହିଛି ସୁରଙ୍କ ଆର୍ଥିକ କାରବାର ଉପରେ। ବର୍ତ୍ତମାନ ସୁଦ୍ଧା ସୁରେନ୍ଦ୍ର ଓ ତାଙ୍କ ସଂପର୍କୀୟଙ୍କ ୧୮ଟି ଆକାଉଣ୍ଟରୁ ୨ କୋଟି ୫୦ ଲକ୍ଷ ଟଙ୍କା ମିଳିଛି। ତାସହ ହୁଣ୍ଡି ଓ ଲକରରୁ ଲକ୍ଷ ଲକ୍ଷ ନଗଦ ଟଙ୍କା ଓ ସୁନା ଅଳଙ୍କାର ମିଳିଛି।

Related story