ସୁରବାବା ପ୍ରସଙ୍ଗ: ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍

କଟକ: ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ମୁମ୍ୱାଇ ଲିଙ୍କର ଖୋଳତାଡ଼ ପାଇଁ ଆଜି କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ୍ ଟିମ୍ ସେଠାକୁ ଯାଇଛି। ସେଠାରେ ଥିବା ଆଶ୍ରମ ଓ ଏହା ମାଧ୍ୟମରେ ଚାଲିଥିବା ପ୍ଲଟିଂ କାରବାର ଅଭିଯୋଗର ଛାନଭିନ୍ କରିବ ଏହି ଟିମ୍। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରକୁ ବି ଲମ୍ୱି ଥିଲା ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ସାମ୍ରାଜ୍ୟ। ମୁମ୍ୱାଇର ବୋରିୱାଲିଠାରୁ ମାତ୍ର ୧୦ କିଲୋମିଟର ଦୂର ହାଇୱେ କଡ଼ରେ ରହିଛି ତ୍ରାହି […]

mumbai

mumbai

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 02:02 PM IST

Sports

Latest News

କଟକ: ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ମୁମ୍ୱାଇ ଲିଙ୍କର ଖୋଳତାଡ଼ ପାଇଁ ଆଜି କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ୍ ଟିମ୍ ସେଠାକୁ ଯାଇଛି। ସେଠାରେ ଥିବା ଆଶ୍ରମ ଓ ଏହା ମାଧ୍ୟମରେ ଚାଲିଥିବା ପ୍ଲଟିଂ କାରବାର ଅଭିଯୋଗର ଛାନଭିନ୍ କରିବ ଏହି ଟିମ୍।

କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରକୁ ବି ଲମ୍ୱି ଥିଲା ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ସାମ୍ରାଜ୍ୟ। ମୁମ୍ୱାଇର ବୋରିୱାଲିଠାରୁ ମାତ୍ର ୧୦ କିଲୋମିଟର ଦୂର ହାଇୱେ କଡ଼ରେ ରହିଛି ତ୍ରାହି ଅଚ୍ୟୁତ ଆଶ୍ରମ। ଏକର ଏକର ଜମିରେ ଛିଡ଼ା ହୋଇଥିବା ଏଇ ଆଶ୍ରମ ୨୦୦୪ରେ ପ୍ରତିଷ୍ଠା ହୋଇଥିଲା। ଏ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଆଜି ମୁମ୍ୱାଇ ଯାଇଛି କ୍ରାଇମବ୍ରାଞ୍ଚର ଏକ ୨ ଜଣିଆ ଟିମ୍। ଏତେ ଜମି ଆଶ୍ରମ କିପରି ପାଇଲା? ଯଦି କିଣାହୋଇଛି ତେବେ ଟଙ୍କ। ଆସିଲା କେଉଁଠୁ? ତା ଉପରେ ତନାଘନା କରିବା କ୍ରାଇମବ୍ରାଞ୍ଚ ଟିମ୍। ମୁମ୍ୱାଇ ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ତ୍ରାହି ଅଚ୍ୟୁତ ଆଶ୍ରମ ଶାଖା ଚାଲିଥିବା ସୂଚନା ମିଳିଛି। ଦରକାର ପଡ଼ିଲେ କ୍ରାଇମବ୍ରାଞ୍ଚ ଟିମ୍ ସେଠାକୁ ବି ଯିବ ବୋଲି କ୍ରାଇମବ୍ରାଞ୍ଚ୍ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଦେଇଥିବା ସୂଚନା ମୁତାବକ ପଶ୍ଚିମ ବଙ୍ଗ, ବିହାର ଓ ନେପାଳ ଆଦି ସ୍ଥାନରେ ରହିଛି ସୁରବାବାଙ୍କ ଆଶ୍ରମ। ବିହାରର ସମସ୍ତିପୁର ଓ ଭାଗଲପୁରରେ ଦୁଇଟି ଆଶ୍ରମ ରହିଥିବା ବେଳେ ପଶ୍ଚିମବଙ୍ଗର କୋଲକାତା ଓ ୨୪ ପ୍ରାଗଣରେ ଦୁଇଟି ଆଶ୍ରମ ରହିଛି। ସେହିପରି ନେପାଳରେ ମଧ୍ୟ ସୁରବାବାଙ୍କ ଆଶ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos