ଜାଲ୍‌ ଟିଡିଆର୍‌: ବନ୍ଧା ହେଲେ ଠିକାଦାର

ବରଗଡ଼ (ଓଡ଼ିଶା ରିପୋର୍ଟର):  ଜାଲ୍  ଟିଡିଆର୍‌ ଦେଇ ସରକାରଙ୍କୁ କୋଟିକୋଟି ଟଙ୍କାର ଚୂନା ଲଗାଇଥିବା ଠିକା ସଂସ୍ଥା ସୂରଜ ଏଣ୍ଟରପ୍ରାଇଜେସ୍‌ର ବଣ୍ଟି ଅଗ୍ରଓ୍ୱାଲ ଗିରଫ। ସୁପରକ୍ଲାସ୍ ଠିକାଦାର ବଣ୍ଟିକୁ ହରିୟାଣାରୁ ଗିରଫ କରିଛି ନୂଆପଡ଼ା ପୋଲିସ। ନୂଆପଡ଼ା ଏସ୍‌ପିଙ୍କ ନେତୃତ୍ୱରେ ଟିମ୍ ହରିୟାନା ଯାଇ ବଣ୍ଟିକୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା।  ଏହାପରେ ସେଠାରୁ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଉଥିବା ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। […]

jira-bridge-768x432

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 05:50 PM IST

ବରଗଡ଼ (ଓଡ଼ିଶା ରିପୋର୍ଟର):  ଜାଲ୍  ଟିଡିଆର୍‌ ଦେଇ ସରକାରଙ୍କୁ କୋଟିକୋଟି ଟଙ୍କାର ଚୂନା ଲଗାଇଥିବା ଠିକା ସଂସ୍ଥା ସୂରଜ ଏଣ୍ଟରପ୍ରାଇଜେସ୍‌ର ବଣ୍ଟି ଅଗ୍ରଓ୍ୱାଲ ଗିରଫ। ସୁପରକ୍ଲାସ୍ ଠିକାଦାର ବଣ୍ଟିକୁ ହରିୟାଣାରୁ ଗିରଫ କରିଛି ନୂଆପଡ଼ା ପୋଲିସ। ନୂଆପଡ଼ା ଏସ୍‌ପିଙ୍କ ନେତୃତ୍ୱରେ ଟିମ୍ ହରିୟାନା ଯାଇ ବଣ୍ଟିକୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା।  ଏହାପରେ ସେଠାରୁ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯାଉଥିବା ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଗତମାସ ନୂଆପଡ଼ାର ଘଣ୍ଟିଗୁଡାରେ ୩୬ କୋଟି ଓ ବୋଡେନ୍ ବ୍ଲକ୍‌ରେ କୋଟିଏ ଟଙ୍କାର କାମ ହାତେଇଥିବା ଏହି ସଂସ୍ଥା ନାଁରେ ଅଭିଯୋଗ ହୋଇଥିଲା। ବାପ-ପୁଅ ଯୋଡ଼ି ବଣ୍ଟି ଅଗ୍ରଓ୍ୱାଲ ଓ ରାଜେନ୍ଦ୍ର ଅଗ୍ରଓ୍ୱାଲ୍  ଚଲାଉଥିବା ଏହି ସୁରଜ ଏଣ୍ଟପ୍ରାଇଜେସ୍ ନାଁରେ ବଲାଙ୍ଗିର, ନୂଆପଡ଼ା, ବରଗଡ଼ ଓ ଭବାନୀପାଟଣାରେ ଥାନାରେ ମଧ୍ୟ ଭିନ୍ନ ଭିନ୍ନ ଅଭିଯୋଗ ହୋଇଥିଲା। ଏହାପରେ ବଣ୍ଟିଙ୍କୁ କଳା ତାଲିକାଭୁକ୍ତ କରିଥିଲେ ରାଜ୍ୟ ସରକାର। ଟର୍ମ ଡିପୋଜିଟ୍ ରିସିପଟ୍ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ଡକ୍ୟୁମେଣ୍ଟ ଜାଲ୍ କରିବା ନେଇ ପୂର୍ତ୍ତବିଭାଗ ଅଧିକାରୀ ଓ ବ୍ୟାଙ୍କ ଅଧିକାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଥିଲେ।

 

Related story