ଭାରତରେ ବ୍ରେଡ୍ର ପ୍ରବେଶ ବ୍ରିଟିସ୍ ସମୟରୁ ହୋଇଥିଲା। ହେଲେ ଏବେ ଏହି ବ୍ରେଡ୍ ଗାଁ ଠୁ ସହର ପର୍ଯ୍ୟନ୍ତ ଏକ ଟ୍ରେଣ୍ଡି ପାଲଟିଯାଇଛି। ସେ ସ୍ୱାଦ ହେଉ କି ସମୟ ବଞ୍ଚାଇବା ପାଇଁ ହେଉ ଆଜିର ବ୍ୟସ୍ତବହୁଳ ମଣିଷ ବ୍ରେଡ୍କୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରିନେଇଛି। ହେଲେ ଏହି ବ୍ରେଡରେ ଏମିତି କିଛି ହାନିକାରକ ତତ୍ୱ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବ୍ରେଡ ଖାଇବା ଦ୍ୱାରା ଆମ ଶରୀରରେ କ’ଣ କ’ଣ କ୍ଷତି ହେଉଛି ଆସନ୍ତୁ ଜାଣିବା।
ଫଳରେ ଏହାର ନକରାତ୍ମକ ପ୍ରଭାବ ପାକସ୍ତଳୀ ଉପରେ ପଡ଼ିଥାଏ। ଯଦି ଅଧିକ ପରିମାଣରେ ବ୍ରେଡ ଖାଇବେ ତେବେ ଆପଣଙ୍କ ଓଜନ ଅସ୍ୱାଭାବିକ୍ ଭାବେ ବୃଦ୍ଧି ପାଇବ। କାରଣ ଏଥିରେ ଥିବା ଲବଣ, କାର୍ବୋହାଇଡ୍ରେଡ୍ ଏବଂ ରିଫାଇନ୍ଡ ସୁଗାର ଯୋଗୁ ଶରୀରରେ ମେଦବହୁଳ ହେବାର ଅନ୍ୟ ଏକ କାରଣ ପାଲଟିଥାଏ। ସେହିପରି ହଜମ ନ ହୋଇ ଦୀର୍ଘ ସମୟଧରି ପଡ଼ିରହିବା କାରଣରୁ ପାକସ୍ତଳୀରେ ପଏଜନ୍ ହୋଇଥାଏ। ଏଥିରଯୋଗୁଁ ଯାବତୀୟ ରୋଗ ହୋଇଥାଏ। ସେହିପରି ଏଥିରେ କମ୍ ପରିମାଣରେ ପୁଷ୍ଠିକର ତତ୍ୱ ରହିଛି। ବ୍ରେଡରେ ଅଧିକ ସୁଗାର ଯୋଗୁ ଶରୀର ଡାଇବେଟିସ ରୋଗରେ ଶିକାର ହୋଇଥାଏ। ଏହା ବ୍ୟତୀତ ବ୍ରେଡ୍ରେ କାର୍ବନ ଡାଇଅକ୍ସାଇଡ ଏବଂ ବ୍ରୋମିନର ପରିମାଣ ଅଧିକ ରହିଛି। ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ।