ସ୍ୱାସ୍ଥ୍ୟ ବିଭାଗରୁ ବହିଷ୍କୃତ ଡାକ୍ତର ଶ୍ରମ ବିଭାଗର ସହକାରୀ ନିର୍ଦ୍ଦେଶକ !

ଭୁବନେଶ୍ୱର: ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ ଯେ ସ୍ୱାସ୍ଥ୍ୟ ବିଭାଗରୁ ବହିଷ୍କୃତ ଡାକ୍ତର ମୋତିଲାଲ ଗୌଡ ଶ୍ରମ ବିଭାଗର ସହକାରୀ ନିର୍ଦ୍ଦେଶକ ଅଛନ୍ତି। ସ୍ୱାସ୍ଥ୍ୟ ବିଭାଗ ମୋତିଲାଲଙ୍କୁ ଦୀର୍ଘବର୍ଷ ହେବ ଖୋଜୁଥିବା ବେଳେ ସେ ଫାକଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ ରହି ଦୁଇ ଦୁଇଟି ନକଲି ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ ଏ ବିଷୟରେ ଉଭୟ ବିଭାଗ ଜାଣି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି […]

motilala

motilala

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 10:17 PM IST

motilalaଭୁବନେଶ୍ୱର: ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ ଯେ ସ୍ୱାସ୍ଥ୍ୟ ବିଭାଗରୁ ବହିଷ୍କୃତ ଡାକ୍ତର ମୋତିଲାଲ ଗୌଡ ଶ୍ରମ ବିଭାଗର ସହକାରୀ ନିର୍ଦ୍ଦେଶକ ଅଛନ୍ତି। ସ୍ୱାସ୍ଥ୍ୟ ବିଭାଗ ମୋତିଲାଲଙ୍କୁ ଦୀର୍ଘବର୍ଷ ହେବ ଖୋଜୁଥିବା ବେଳେ ସେ ଫାକଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ ରହି ଦୁଇ ଦୁଇଟି ନକଲି ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ ଏ ବିଷୟରେ ଉଭୟ ବିଭାଗ ଜାଣି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମୋତିଲାଲ ୨ଟି ଜାଲ୍‌ ବିଜ୍ଞପ୍ତି ଜାରି କରିଥିଲେ। ଓଡ଼ିଶା ଫାକଟ୍ରି ରୁଲ୍‌ରେ ଯୋଡ଼ିଥିଲେ କାଳ୍ପନିକ ଧାରା ୬୨ଜେ-ବି।

ଦୀର୍ଘଦିନ ଧରି ଚାକିରିରେ ଅନୁପସ୍ଥିତ ଥିବାରୁ ବାରମ୍ବାର ସ୍ୱାସ୍ଥ୍ୟ ବିଭାଗର ନୋଟିସ୍‌ ପରେ ଗତବର୍ଷ ନଭେମ୍ବରରେ ସରକାର ୪୦୮ ଡାକ୍ତରଙ୍କୁ ଚାକିରିରୁ ବାହାର କରିଦେଇଥିଲେ। ଏହି ୪୦୮ ଜଣ ଡାକ୍ତରଙ୍କ ତାଲିକାରେ ୩୫୫ ନମ୍ବରରେ ମୋତିଲାଲଙ୍କ ନାଁ ରହିଛି। ୨୦୧୫ ନଭେମ୍ବର ୧୭ରେ ଏହି ନିର୍ଦ୍ଦେଶ ଆସିଥିଲା। ସେବେଠାରୁ ସ୍ୱାସ୍ଥ୍ୟ ବିଭାଗ ମୋତିଲାଲଙ୍କୁ ଖୋଜୁଥିବା ବେଳେ ସେ ଫାକଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ ଭାବେ ୨୦୧୫ ସେପ୍ଟେମ୍ବର ୨୩ ଓ ଅକ୍ଟୋବର ୧୬ରେ ୨ଟି ବିଜ୍ଞପ୍ତି ଜାରି କରିଥିଲେ। ଏ କଥା ଜଣାପଡିବା ପରେ ଫାକଟ୍ରି ଓ ବଏଲରର ନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ।

ଫାକଟ୍ରି ଓ ବଏଲର ନିର୍ଦ୍ଦେଶକ ପି.ସି. ଦାସ କହିଛନ୍ତି, “ସେ (ମୋତିଲାଲ) ଗୋଟେ ଗେଜେଟ୍‌ ନୋଟିଫିକେଶନ ଜାରି କରିଥିଲେ। ଗେଜେଟ୍‌ ନୋଟିଫକେଶନକୁ ସର୍କୁଲେଟ୍‌ କରି ନାଲକୋ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି।”

ସରକାର ଏବେ ମୋତିଲାଲଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କ ଅଫିସ ଚାମ୍ବର ସିଲ୍‌  ହେବା ପରେ ବି ସେ ନକଲି ଚାବି ଆଣି କାଗଜପତ୍ର ଗାଏବ କରି ନେଇଥିବା ଅଭିଯୋଗ ହୋଇଛି। ମୋତିଲାଲ ୫ଟି ହସ୍ପିଟାଲ ସହ ଏକ ଗୁପ୍ତ ବୁଝାମଣା କରିଥିବା କ୍ରାଇମବ୍ରାଞ୍ଚ ସୁରାକ ପାଇଛି। ଏହାକୁ ଆଧାର କରି କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଛି।

ଏଣେ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ସହ ମୋତିଲାଲଙ୍କ ଫଟୋକୁ ନେଇ ରାଜନୀତି ଜୋର ଧରିଛି। ଗତକାଲି ବିଜେପି, ବିଜେଡିର ୩ଜଣ ବିଧାୟକ ଓ ଜଣେ ମନ୍ତ୍ରୀଙ୍କ ସହ ମୋତିଲାଲଙ୍କ ଫଟୋ ଦେଖାଇବା ସହ ସେମାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଥିଲା।

ଗତକାଲି ପରି ଆଜି ମଧ୍ୟ ମୋତିଲାଲ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି, “ସେ ଦସ୍ତଖତ ମୋର ନୁହେଁ। ଏହାକୁ ଯାଞ୍ଚ କରିବାକୁ ମୁଁ ହାଇକୋର୍ଟରେ ଅପିଲ କରିଛି। ଏହାସହ କ୍ରାଇମବ୍ରାଞ୍ଚକୁ ମଧ୍ୟ ଅନୁରୋଧ କରିଛି ମୋ ଦସ୍ତଖତକୁ ଯାଞ୍ଚ କରିବାକୁ। ସତ ପଦାକୁ ଆସିବା ପରେ ମୁଁ ମଧ୍ୟ ମାନସିକ ଚାପରୁ ମୁକ୍ତି ପାଇବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story