ସ୍ୱାଇନ ଫ୍ଲୁ ନେଲା ଆଉ ୩ ଜୀବନ; ମୃତ୍ୟୁ ସଂଖ୍ୟା ୭ ଛୁଇଁଲା

ଭୁବନେଶ୍ୱର: ଭୁବନେଶ୍ୱର: କାୟା ବିସ୍ତାର କରୁଛି ସ୍ୱାଇନ୍ ଫ୍ଲୁ। ଆଜି ପୁଣି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ମୃତ୍ୟୁ ସଂଖ୍ୟା ୭ ଓ ଆକ୍ରାନ୍ତଙ୍କ ସଂଖ୍ୟା ୯୬ରେ ପହଞ୍ଚିଲାଣି। H1N1 ଭୁତାଣୁରେ ଡାକ୍ତର ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ଭୟର ବାତାବରଣ ଖେଳିଯାଇଛି। ସ୍ୱାଇନ୍‌ ଫ୍ଲୁ ଏବେ ଗୋଟିଏ ପରେ ଗୋଟିଏ ସହରକୁ ଡେଉଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। […]

hospital-generic-file_650x400_51502360433

Rakesh Mallick
  • Published: Friday, 11 August 2017
  • , Updated: 11 August 2017, 10:15 PM IST

ଭୁବନେଶ୍ୱର: ଭୁବନେଶ୍ୱର: କାୟା ବିସ୍ତାର କରୁଛି ସ୍ୱାଇନ୍ ଫ୍ଲୁ। ଆଜି ପୁଣି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ମୃତ୍ୟୁ ସଂଖ୍ୟା ୭ ଓ ଆକ୍ରାନ୍ତଙ୍କ ସଂଖ୍ୟା ୯୬ରେ ପହଞ୍ଚିଲାଣି। H1N1 ଭୁତାଣୁରେ ଡାକ୍ତର ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ଭୟର ବାତାବରଣ ଖେଳିଯାଇଛି।

ସ୍ୱାଇନ୍‌ ଫ୍ଲୁ ଏବେ ଗୋଟିଏ ପରେ ଗୋଟିଏ ସହରକୁ ଡେଉଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଭିମ୍‌ସାରରେ ଚିକିତ୍ସିତ ହେଉଥିବା ବରଗଡ଼ ବୁର୍ଡେଲ ଗାଁର ଜଣେ ଓ ଏସ୍‌ସିବିରେ ତିର୍ତ୍ତୋଲର ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି।

ଆଜି ସୁଦ୍ଧା ସ୍ୱାଇନ୍ ଫ୍ଲରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ପାର୍ ହୋଇଗଲାଣି। ଆକ୍ରାନ୍ତଙ୍କ ତାଲିକାରେ କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଶେଷଜ୍ଞ ପ୍ରଭାକର ସେଠୀ ଓ କଟକ ବଡ଼ ମେଡିକାଲର ଜଣେ ଜୁନିୟର ଡାକ୍ତର ମଧ୍ୟ ଅଛନ୍ତି। ଏହି ଘଟଣା ପରେ ରାଜ୍ୟର ସମସ୍ତ ପ୍ରମୁଖ ମେଡ଼ିକାଲ ଗୁଡ଼ିକରେ ଡାକ୍ତର, ନର୍ସ, ପାରାମେଡ଼ିକାଲ୍ ଷ୍ଟାଫ୍ ଏବଂ ସୁରକ୍ଷାକର୍ମୀଙ୍କୁ ଭ୍ୟାକ୍ସିନ୍ ଦିଆଯାଉଛି। ହେଲେ ସାଧାରଣ ଲୋକ ଓ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କୁ କେବଳ ସଚେତନ କରାଯାଉଛି।

କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଚିତ୍ତରଂଜନ ଦାଶ କହିଛନ୍ତି-“ଭୁବନେଶ୍ୱରରେ ଭେକ୍ସିନ୍‌ ନାହିଁ। ବାହାରୁ ଅଣାଯାଇ ଡାକ୍ତରଖାନା କର୍ମଚାରୀଙ୍କୁ ପ୍ରଥମେ ଭେକ୍ସିନ୍‌ ଦିଆଯାଉଛି। ପରେ ସାଧାରଣ ଲୋକଙ୍କୁ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବ।”

Related story