ଯାହାର ଶରୀରରେ ଏହିସବୁ ଚିହ୍ନ ଥାଏ ସେମାନେ ଭାଗ୍ୟବାନ  

ଆଜିକାଲି ସମସ୍ତେ ନିଜ ଭାଗ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ସମସ୍ତଙ୍କ ଧନୀ ହେବା ପାଇଁ ଇଚ୍ଛା। ସେଥିପାଇଁ କିଏ କେତେ ଉପାୟ ଆପଣାଉଛନ୍ତି। ହେଲେ ଆପଣ ଜାଣନ୍ତି କି, ମଣିଷ ଶରୀରର ଗଢ଼ଣି ଓ କିଛି ଚିହ୍ନ ତାର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅନେକ କଥା କହିଦିଏ ।  ଆପଣଙ୍କ ଜୀବନ ବିଷୟରେ ଆପଣଙ୍କ ହସ୍ତରେଖା ଅନେକ ସଙ୍କେତ ଦିଏ। କୁହାଯାଏ ପୁରୁଷଙ୍କ ଭାଗ୍ୟ ତାଙ୍କ ଡାହାଣ ହାତ ଏବଂ ପାଦରେ ଥାଏ। ସେହିଭଳି ମହିଳାଙ୍କ […]

Royal

Royal

Rakesh Mallick
  • Published: Monday, 05 February 2018
  • Updated: 05 February 2018, 06:43 PM IST

Sports

Latest News

ଆଜିକାଲି ସମସ୍ତେ ନିଜ ଭାଗ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ସମସ୍ତଙ୍କ ଧନୀ ହେବା ପାଇଁ ଇଚ୍ଛା। ସେଥିପାଇଁ କିଏ କେତେ ଉପାୟ ଆପଣାଉଛନ୍ତି। ହେଲେ ଆପଣ ଜାଣନ୍ତି କି, ମଣିଷ ଶରୀରର ଗଢ଼ଣି ଓ କିଛି ଚିହ୍ନ ତାର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅନେକ କଥା କହିଦିଏ ।  ଆପଣଙ୍କ ଜୀବନ ବିଷୟରେ ଆପଣଙ୍କ ହସ୍ତରେଖା ଅନେକ ସଙ୍କେତ ଦିଏ। କୁହାଯାଏ ପୁରୁଷଙ୍କ ଭାଗ୍ୟ ତାଙ୍କ ଡାହାଣ ହାତ ଏବଂ ପାଦରେ ଥାଏ। ସେହିଭଳି ମହିଳାଙ୍କ ଭାଗ୍ୟ ତାଙ୍କ ବାମ ହାତ ଓ ପାଦରେ ଥାଏ। ଆସନ୍ତୁ ଏ ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ ଜାଣିବା।

୧- ଯେଉଁ ବ୍ୟକ୍ତିର ହାତ ପାପୁଲି ମଝିରେ ରଥ, ଚକ୍ର କିମ୍ବା ଧ୍ୱଜର ଚିହ୍ନ ରହିଥାଏ ସେ ତା ଜୀବନରେ ଭଲ ଶାସନ କରିଥାଏ।

୨- ଯେଉଁ ବ୍ୟକ୍ତିର ହାତ ପାପୁଲି ମଝିରେ କଳାଜାଇ ଥାଏ ସେମାନେ ଧନବାନ ହେବା ସହ ସମାଜରେ ଅନେକ ମାନ ସମ୍ମାନ ପ୍ରାପ୍ତ କରନ୍ତି।

୩- ଯେଉଁ ବ୍ୟକ୍ତିର ପାଦରେ ଚକ୍ର କିମ୍ବା ପଦ୍ମ ଚିହ୍ନ ଥାଏ, ସେମାନେ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇପାରନ୍ତି।

୪- ଯେଉଁ ବ୍ୟକ୍ତିର ପାଦ ତଳେ କଳାଜାଇ ଥାଏ ସେ ଶାସକ ହୁଅନ୍ତି।

୫- ଯେଉଁ ବ୍ୟକ୍ତିର ପାଦର ମଝି ଆଙ୍ଗୁଳି ତଳ ଠାରୁ ଗଣ୍ଠି ପର୍ଯ୍ୟନ୍ତ ଯାଇଥିବା ରେଖା ସ୍ପଷ୍ଟ ଥିବ ସେମାନଙ୍କୁ ସବୁପ୍ରକାରର ସୁଖ ସୁବିଧା ମିଳିଥାଏ। ଅନେକ ଯଶ ମଧ୍ୟ ସେମାନେ ଲାଭ କରିପାରନ୍ତି।

୬-ଯେଉଁ ଲୋକମାନଙ୍କର ଛାତି ଚଉଡ଼ା, ଲମ୍ବା ନାକ ଓ ଗଭୀର ନାଭି ଥାଏ ସେମାନେ ଖୁବ୍‌ ଧନୀ ହୋଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos