ବିବାହ ବୟସ ହୋଇଗଲାଣି କି?  କରନ୍ତୁ ନାହିଁ ଏହି ୬ଟି ଭୁଲ୍‌

ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ଯେଉଁ ଯୁବକ ଯୁବତୀଙ୍କ ବୟସ ବିବାହ ଯୋଗ୍ୟ ହୋଇଯାଇ ଥାଏ ସେମାନେ କିଛି କାମକୁ ନେଇ ସେନସିଟିଭ୍‌ ହୋଇଯାଆନ୍ତି। ଏମିତିକି ଅଜଣାତରେ ଏପରି କିଛି ଭୁଲ କରନ୍ତି, ଯାହା ବିବାହରେ ବିଳମ୍ୱ ଘଟାଇଥାଏ। ଏହି ଭୁଲ୍‌ ଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଅବିବାହିତ ଯୁବକ ଯୁବତୀ କେଉଁ ୬ଟି ଭୁଲ୍‌ କରିବା ଉଚିତ ନୁହେଁ। ୧- […]

marriage

marriage

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 09:40 AM IST

Sports

Latest News

ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ଯେଉଁ ଯୁବକ ଯୁବତୀଙ୍କ ବୟସ ବିବାହ ଯୋଗ୍ୟ ହୋଇଯାଇ ଥାଏ ସେମାନେ କିଛି କାମକୁ ନେଇ ସେନସିଟିଭ୍‌ ହୋଇଯାଆନ୍ତି। ଏମିତିକି ଅଜଣାତରେ ଏପରି କିଛି ଭୁଲ କରନ୍ତି, ଯାହା ବିବାହରେ ବିଳମ୍ୱ ଘଟାଇଥାଏ। ଏହି ଭୁଲ୍‌ ଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଅବିବାହିତ ଯୁବକ ଯୁବତୀ କେଉଁ ୬ଟି ଭୁଲ୍‌ କରିବା ଉଚିତ ନୁହେଁ।

୧- ଅବିବାହିତ ଯୁବକ ଯୁବତୀ ଶୋଉଥିବ ରୁମ୍‌ର କାନ୍ଥ ରଙ୍ଗ ଗାଢ ହେବା ଉଚିତ ନୁହେଁ। ଶୋଉଥିବା ଘରର ରଙ୍ଗ ହଳଦିଆ ଓ ଗୋଲାପି ହେବା ଦରକାର। ଯାହା ଦ୍ୱାରା ସମ୍ପର୍କ ସୁଦୃଢ ହୋଇଥାଏ।

୨- ଅବିବାହିତ ଯୁବକ ଓ ଯୁବତୀମାନେ ଘରର ଦକ୍ଷିଣ କିମ୍ୱା ଦକ୍ଷିଣ-ପଶ୍ଚିମ ଦିଗରେ  ଶୋଇବା ଉଚିତ ନୁହେଁ। ଏହି ଦିଗରେ ଶୋଇବା ଦ୍ୱାରା ବିବାହରେ ସମସ୍ୟା ସୃଷ୍ଟି ହୋଇଥାଏ।

୩-କଳା ରଙ୍ଗର ପୋଷାକ ଓ କେହି ବ୍ୟବହାର କରିଥିବା ଜିନିଷ ଠାରୁ ଦୂରେଇ ରୁହନ୍ତୁ।

୪- ଗୋଟିଏରୁ ଅଧିକ କବାଟ ଥିବା କୋଠରୀରେ ଅବିବାହିତ ଯୁବକ ଯୁବତୀ ଶୁଅନ୍ତୁ ନାହିଁ। ଏହାସହିତ ଯେଉଁ ରୁମ୍‌ ଭିତରକୁ ପବନ କିମ୍ୱା ସୂର୍ଯ୍ୟ କିରଣ ପର୍ଯ୍ୟାପ୍ତ ପରିମାଣରେ ପଡ଼ୁ ନଥିବ ସେଠାରେ ନିଜ ଶେଯ ପକାନ୍ତୁ ନାହିଁ।

୫-ନିଜ ଶେଯକୁ ଏପରି ପକାନ୍ତୁ ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ଦକ୍ଷିଣ ଓ ଗୋଡ଼ ଉତ୍ତର ଦିଗରେ ଯେପରି ରହିବ।

୬-ଶୋଇବା ରୁମ୍‌ରେ ଆପଣଙ୍କ ସହ ଆଉ କେହି ଶୋଉଥିଲେ ନିଜ ଶେଯ କବାଟ ପାଖରେ ପକାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos