ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଟ୍ୟାଙ୍କରୁ ଟ୍ୟାଙ୍କକୁ ଫାୟାରିଂ ପରୀକ୍ଷଣ ସଫଳ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପିଏକ୍ସଇ କମ୍ପ୍ଲେକ୍ସରେ ଆଜି ଟ୍ୟାଙ୍କରୁ ଟ୍ୟାଙ୍କକୁ ବିଭିନ୍ନ ଆଗ୍ନେୟାସ୍ତ୍ର ଓ  ବିସ୍ଫୋରକ ଫାୟାରିଂର ସଫଳ ପରୀକ୍ଷଣ କରାଯାଇଛି। ଡିଆରଡିଓ ଦ୍ୱାରା ନିର୍ମିତ ଅର୍ଜୁନ ଟ୍ୟାଙ୍କରୁ ଋଷ୍ ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଦ୍ୱାରା ନିର୍ମିତ ଟି-୫୫ ଟ୍ୟାଙ୍କକୁ ଦୁଇଟି ପର୍ଯ୍ୟାୟରେ ଫାୟାରିଂ କରାଯାଇଛି। ଏହି ପରୀକ୍ଷଣ ମାଧ୍ୟମରେ ଟ୍ୟାଙ୍କ ଉପରେ ବିଭିନ୍ନ ବିସ୍ଫୋରକର ପ୍ରଭାବ ଏବଂ ଟ୍ୟାଙ୍କର କ୍ଷମତା ଆଦି ଅନୁଧ୍ୟାନ କରାଯାଇଛି। ପିଏକ୍ସଇ କମ୍ପ୍ଲେକ୍ସ ମଧ୍ୟରେ ଦୁଇଟି ଟ୍ୟାଙ୍କ […]

tank

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 01:25 PM IST

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପିଏକ୍ସଇ କମ୍ପ୍ଲେକ୍ସରେ ଆଜି ଟ୍ୟାଙ୍କରୁ ଟ୍ୟାଙ୍କକୁ ବିଭିନ୍ନ ଆଗ୍ନେୟାସ୍ତ୍ର ଓ  ବିସ୍ଫୋରକ ଫାୟାରିଂର ସଫଳ ପରୀକ୍ଷଣ କରାଯାଇଛି। ଡିଆରଡିଓ ଦ୍ୱାରା ନିର୍ମିତ ଅର୍ଜୁନ ଟ୍ୟାଙ୍କରୁ ଋଷ୍ ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଦ୍ୱାରା ନିର୍ମିତ ଟି-୫୫ ଟ୍ୟାଙ୍କକୁ ଦୁଇଟି ପର୍ଯ୍ୟାୟରେ ଫାୟାରିଂ କରାଯାଇଛି। ଏହି ପରୀକ୍ଷଣ ମାଧ୍ୟମରେ ଟ୍ୟାଙ୍କ ଉପରେ ବିଭିନ୍ନ ବିସ୍ଫୋରକର ପ୍ରଭାବ ଏବଂ ଟ୍ୟାଙ୍କର କ୍ଷମତା ଆଦି ଅନୁଧ୍ୟାନ କରାଯାଇଛି। ପିଏକ୍ସଇ କମ୍ପ୍ଲେକ୍ସ ମଧ୍ୟରେ ଦୁଇଟି ଟ୍ୟାଙ୍କ ମଧ୍ୟରେ ଏଭଳି ପରୀକ୍ଷଣ ଭାରତରେ ପ୍ରଥମ ବୋଲି କୁହାଯାଉଛି। ବର୍ତ୍ତମାନ ବହୁ ଦେଶ ପାଖରେ ଟି-୫୫ ଭଳି ଟ୍ୟାଙ୍କ ଥିବାରୁ ଭାରତର ଅର୍ଜୁନ ଟ୍ୟାଙ୍କ ଏହା ଉପରେ କେତେ ପ୍ରଭାବ ପକାଉଛି ତାହା ଏହି ପରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।

Related story