ତାରାଙ୍କ କ୍ୱାର୍ଟର୍ସରେ ରମେଶ ରହିବା ଘଟଣାକୁ ତଦନ୍ତ ପରିସରଭୁକ୍ତ କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର: ତାରା ପ୍ରସାଦ ବାହିନୀପତିଙ୍କ କ୍ୱାର୍ଟର୍ସରେ ରମେଶ ଜେନା ରହିବା ଘଟଣାକୁ କମିଶନରେଟ୍‌ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି। କେଉଁ ପରିସ୍ଥିତିରେ ରମେଶ ତାରାଙ୍କ ଘରେ ରହିଥିଲେ ଓ ତାଙ୍କର ରହିବାର ଉଦ୍ଦେଶ୍ୟ କ’ଣ ଥିଲା ସେ ନେଇ ତଦନ୍ତ କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି। ତାରାଙ୍କ କ୍ୱାର୍ଟର୍ସ (D/S, 14/3)ରେ ବିଭିନ୍ନ ଅପରାଧିକ ମାମଲାରେ ଗିରଫ ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଏବଂ ତାଙ୍କ ସହ ଲିଙ୍କ୍‌ ଥିବା […]

tara-ramesh

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 12:07 PM IST

ଭୁବନେଶ୍ୱର: ତାରା ପ୍ରସାଦ ବାହିନୀପତିଙ୍କ କ୍ୱାର୍ଟର୍ସରେ ରମେଶ ଜେନା ରହିବା ଘଟଣାକୁ କମିଶନରେଟ୍‌ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି। କେଉଁ ପରିସ୍ଥିତିରେ ରମେଶ ତାରାଙ୍କ ଘରେ ରହିଥିଲେ ଓ ତାଙ୍କର ରହିବାର ଉଦ୍ଦେଶ୍ୟ କ’ଣ ଥିଲା ସେ ନେଇ ତଦନ୍ତ କରାଯିବ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

ତାରାଙ୍କ କ୍ୱାର୍ଟର୍ସ (D/S, 14/3)ରେ ବିଭିନ୍ନ ଅପରାଧିକ ମାମଲାରେ ଗିରଫ ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଏବଂ ତାଙ୍କ ସହ ଲିଙ୍କ୍‌ ଥିବା ଡକାୟତମାନେ ରହୁଥିଲେ। ଡକାୟତି ଘଟଣାରେ ସନ୍ତୋଷ ଜେନା ଗିରଫ ହେବା ପରେ ଏହା ଜଣାପଡିଥିଲା। ରମେଶଙ୍କ ସହିତ ସନ୍ତୋଷ ଏବଂ ଡକାୟତି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ମନୋରଞ୍ଜନ ଖଟେଇ ତାରା ଦେଇଥିବା ଘରେ ରହୁଥିଲେ। ସନ୍ତୋଷ ଓ ମନୋରଞ୍ଜନ ଏକ କରାଟେ ସ୍କୁଲରୁ ପ୍ରମାଣପତ୍ର ବାହାର କରିଥିଲେ। ଏଥିରେ ସେମାନେ ଉକ୍ତ ଘରର ଠିକଣା ଦେଇଥିଲେ।

ତାରା କାହିଁକି ରମେଶଙ୍କୁ ନିଜେ ପାଇଥିବା କ୍ୱାର୍ଟର୍ସ ଦେଇଥିଲେ? ରମେଶଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ଥିବା ତାରା ଜାଣିଥିଲେ। ଏହାସହ ଗିରଫ ଦୁଇ ଡକାୟତ ସନ୍ତୋଷ ଏବଂ ମନୋରଞ୍ଜନ ଚୋରା ମାଉଜର କାରବାରରେ ସମ୍ପୃକ୍ତ ଥିବା କ’ଣ ତାରା ଜାଣି ନ ଥିଲେ? ସେ ରହିବାକୁ ଦେଇଥିବା କ୍ୱାର୍ଟର୍ସରେ କ’ଣ ହେଉଛି? କିଏ କିଏ ରମେଶଙ୍କ ସହ ରହୁଛନ୍ତି, ତାହାର କେବେ ଯାଞ୍ଚ କରିଥିଲେ କି? ଯଦି କରି ନାହାନ୍ତି ତେବେ କାହିଁକି କିଛି ନ ଜାଣି ନ ବୁଝି ଏମାନଙ୍କୁ ସେଠାରେ ରହିବାକୁ ଅନୁମତି ଦେଇଥିଲେ? ତାରା କ’ଣ ଏହି ଅପରାଧିକଙ୍କ ସହ ସମ୍ପୃକ୍ତ ଥିଲେ? ଆଦି ବହୁ ପ୍ରଶ୍ନର ଉତ୍ତର ଏବେ ପୋଲିସ ଖୋଜୁଛି।

ଏହାକୁ ନେଇ ତାରା ମଙ୍ଗଳବାର ଗଣମାଧ୍ୟମକୁ କହିଥିଲେ ତାଙ୍କୁ ଦିଆଯାଇଥିବା କ୍ୱାର୍ଟର୍ସ ପୂର୍ବରୁ ରମେଶଙ୍କୁ ଦିଆଯାଇଥିଲା। ସେ ବିଧାୟକ ହେବାର କିଛି ମାସ ପରେ ଏହି କ୍ୱାର୍ଟର୍ସଟି ପାଇଥିଲେ।

ସନ୍ତୋଷ ଓ ମନୋରଞ୍ଜନଙ୍କ ପାଖରୁ ଜବତ ପ୍ରମାଣପତ୍ରଟି ୨୦୧୫ରେ ଇସ୍ୟୁ କରାଯାଇଥିଲା। ସେତେବେଳକୁ ଉକ୍ତ କ୍ୱାର୍ଟର୍ସ ତାରାଙ୍କୁ ଆଲଟ୍‌ କରାଯାଇ ସାରିଥିଲା। ଅର୍ଥାତ ତାରା କ୍ୱାର୍ଟର୍ସ ପାଇବା ପରେ ମଧ୍ୟ ଉକ୍ତ ଦୁଇ ଅପରାଧୀ ସେଠାରେ ରହୁଥିଲେ ଓ ସେହି ଠିକଣାରେ କରାଟେ ସ୍କୁଲରୁ ପ୍ରମାଣପତ୍ର ପାଇଛନ୍ତି। ଯାହାର ତଦନ୍ତ ପୋଲିସ ଆରମ୍ଭ କରିଛି।

Related story