ଧର୍ମେନ୍ଦ୍ରଙ୍କ ସଫଳତାରେ ମୁଁ ଗର୍ବିତ : ଦାମୋଦର ରାଉତ

କଟକ: ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତଙ୍କୁ ଆଜି ଦେଖିବାକୁ ମିଳିଥିଲା ଭିନ୍ନ ମୁଡରେ। କଥାକଥାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରୁଥିବା ଦାମୋଦର ଆଜି ଖୋଲା ମଞ୍ଚରେ କିନ୍ତୁ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ତା’ ସହିତ ପୂର୍ବର ସବୁ ସମାଲୋଚନା ନାଟକ ଥିଲା ବୋଲି କହିଥିଲେ। ଅବସର ଥିଲା କଟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଷ୍ଟେଟବ୍ୟାଙ୍କ ଷ୍ଟାଫ୍ ସଂଘର ସାଧାରଣ ପରିଷଦ ବୈଠକ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମବାୟ […]

dama and dharmendra

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 02:31 PM IST

କଟକ: ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତଙ୍କୁ ଆଜି ଦେଖିବାକୁ ମିଳିଥିଲା ଭିନ୍ନ ମୁଡରେ। କଥାକଥାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରୁଥିବା ଦାମୋଦର ଆଜି ଖୋଲା ମଞ୍ଚରେ କିନ୍ତୁ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ତା’ ସହିତ ପୂର୍ବର ସବୁ ସମାଲୋଚନା ନାଟକ ଥିଲା ବୋଲି କହିଥିଲେ। ଅବସର ଥିଲା କଟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଷ୍ଟେଟବ୍ୟାଙ୍କ ଷ୍ଟାଫ୍ ସଂଘର ସାଧାରଣ ପରିଷଦ ବୈଠକ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ ଯେ ବ୍ୟକ୍ତିଗତ ଭାବେ ତରୁଣ ବୟସରୁ ଧର୍ମେନ୍ଦ୍ରଙ୍କ ସଫଳତାକୁ ନେଇ ସେ ଗର୍ବ ଅନୁଭବ କରନ୍ତି। ତରୁଣ ବୟସରୁ ସେ ରାଜନୀତିରେ ଅନେକ ଦାୟିତ୍ୱ ପାଇଛନ୍ତି ଓ ସେଗୁଡ଼ିକୁ ଭଲ ଭାବେ ସଂପାଦନ କରିଛନ୍ତି। ତେବେ ଭିନ୍ନ ଭିନ୍ନ ପ୍ଲାଟଫର୍ମ (ରାଜନୈତିକ ପାର୍ଟି)ରେ ଥିବାରୁ ନାଟକ କରିବାକୁ ପଡ଼େ। ଏହା ଶୁଣିବା ପରେ ସଭାରେ ଜୋରଦାର କରତାଳି ଶୁଣିବାକୁ ମିଳିଥିଲା। ଏହା ସହିତ ଷ୍ଟେଜରେ ବସିଥିବା ଧର୍ମେନ୍ଦ୍ର ମଧ୍ୟ ହାତଯୋଡ଼ି ଦମୋଦରଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ଦାମ କହିଥିଲେ, ଗଣତନ୍ତ୍ର ଏକ ନାଟକ। ଏଥିରେ ନାଟକ କରିବାକୁ ପଡ଼େ। ତେବେ ଏହି ନାଟକବାଜୀ ମଧ୍ୟରେ ବେଳେ ବେଳେ ଧର୍ମେନ୍ଦ୍ର ମୋ ଉପରେ ମନ ଊଣା କରୁଛନ୍ତି। କିନ୍ତୁ ସେମିତି କରିବ ନାହିଁ (ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ)। କାରଣ ନାଟକ ଠିକ୍ ନହେଲେ ଦର୍ଶକ ଦେଖିବେନି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭାଷଣ ଦେବା ବେଳେ ଦାମକୁ ଅର୍ଦ୍ଧଶତାଦ୍ଦୀର ଅନୁଭବୀ ନେତା କହି ସମ୍ମାନ ଜଣାଇଥିଲେ।

Related story