ଦିଦିଙ୍କ ସେବାରେ ଛାତ୍ରୀ: ସୋସିଆଲ୍ ମିଡିଆରେ ବୁଲୁଛି ଭିଡିଓ

ସମ୍ବଲପୁର: କ୍ଲାସ୍ ରୁମ୍‌ରେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ମାଲିସ୍ କରୁଛନ୍ତି ଛାତ୍ରୀ। ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ସୋସିଆଲ୍ ମିଡିଆରେ।  ଶିକ୍ଷୟିତ୍ରୀ ଜଣକ ଚେୟାରରେ ବସିଛନ୍ତି ଓ ଜଣେ ଛାତ୍ରୀ ତାଙ୍କ ମୁଣ୍ଡ ଚିପୁଛନ୍ତି।  ଭିଡିଓରେ ସ୍କୁଲର ନାଁ ସିକିର୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଖିବାକୁ ମିଳିଛି।  ସ୍କୁଲଟି ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଅଞ୍ଚଳରେ ରହିଛି।  ତେବେ ଏହି ଭିଡିଓ କେବେର ତାହା ସ୍ପଷ୍ଟ ହୋଇପାରିନାହିଁ। ଶିକ୍ଷୟିତ୍ରୀ ଜଣଙ୍କ ପ୍ରକୃତରେ ଅସୁସ୍ଥ ଥିଲେ ନା ନାହିଁ ତାହା ବି ଜଣାପଡ଼ିନି।