ଏହି ୧୦ ଦେଶରେ ଆପଣ ଭାରତୀୟ ଲାଇସେନ୍ସରେ ଗାଡି ଡ୍ରାଇଭିଂ କରିପାରିବେ

ଡ୍ରାଇଭିଂ ମାନେ ଲାଇସେନ୍ସ ଜରୁରୀ। ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ଏକ ଅପରାଧ। ଏଥିପାଇଁ ବିଭିନ୍ନ ଦେଶର ନିୟମ ଅନୁଯାୟୀ ଦଣ୍ଡର ବ୍ୟବସ୍ତା ରହିଛି। ଏହି ଡ୍ରାଇଭିଂ ଲାଇସେନ୍ସକୁ ନେଇ ବାହାର ଦେଶରେ ମଧ୍ୟ ନିଜସ୍ୱ ଫମାର୍ଟ ରହିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତ ବାହାରେ ଏମିତି ୧୦ଟି ଦେଶ  ଅଛି ଯେଉଁଠି ଭାରତୀୟ ଡ୍ରାଇଭିଂ ଲାଇସେନ୍ସକୁ ସ୍ୱିକୃତୀ ମିଳିଛି। ଅର୍ଥାତ ଯଦି ଭ୍ରମଣ ପାଇଁ ସେ ସବୁ ଦେଶକୁ ଯାଉଛନ୍ତି ତେବେ ଆପଣ […]

j-777

Rakesh Mallick
  • Published: Monday, 04 December 2017
  • , Updated: 04 December 2017, 03:55 PM IST

ଡ୍ରାଇଭିଂ ମାନେ ଲାଇସେନ୍ସ ଜରୁରୀ। ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ଏକ ଅପରାଧ। ଏଥିପାଇଁ ବିଭିନ୍ନ ଦେଶର ନିୟମ ଅନୁଯାୟୀ ଦଣ୍ଡର ବ୍ୟବସ୍ତା ରହିଛି। ଏହି ଡ୍ରାଇଭିଂ ଲାଇସେନ୍ସକୁ ନେଇ ବାହାର ଦେଶରେ ମଧ୍ୟ ନିଜସ୍ୱ ଫମାର୍ଟ ରହିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତ ବାହାରେ ଏମିତି ୧୦ଟି ଦେଶ  ଅଛି ଯେଉଁଠି ଭାରତୀୟ ଡ୍ରାଇଭିଂ ଲାଇସେନ୍ସକୁ ସ୍ୱିକୃତୀ ମିଳିଛି। ଅର୍ଥାତ ଯଦି ଭ୍ରମଣ ପାଇଁ ସେ ସବୁ ଦେଶକୁ ଯାଉଛନ୍ତି ତେବେ ଆପଣ ଭାରତୀୟ ଲାଇସେନ୍ସରେ ସେଠାରେ ଗାଡ଼ି ଡ୍ରାଇଭିଂ କରିପାରିବ। ଆଉ ସେହି ଦେଶ ଗୁଡ଼ିକରେ ନିମ୍ନରେ ସୂଚନା ପ୍ରଦାନ କରାଗଲା।

 ୧)ଗୋଟେ ବର୍ଷ ପର୍ଯ୍ୟନ୍ତ ଆପଣ ବ୍ରିଟେନ୍‌ରେ ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ନେଇ ଗାଡି ଚଲାଇ ପାରିବେ।

୨)ଅଷ୍ଟ୍ରେଲିଆରେ ମଧ୍ୟ ଆପଣ ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ନେଇ ଗାଡି ଚଲାଇ ପାରିବେ । କିନ୍ତୁ୨ଟି କଥା ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ପାସପୋର୍ଟ ଇଂରାଜୀରେ ହୋଇଥିବ ଏବଂ ଆପଣଙ୍କ ପାଖରେ IDP( International Development Program) ଥିବ। ଅର୍ଥାତ ଅଷ୍ଟ୍ରେଲିଆ ତରଫରୁ ପ୍ଳେସ୍‌ମେଣ୍ଟ ମିଳିଥିବ।

୩)ଆମେରିକାରେ ମଧ୍ୟ ଆପଣ ଭାରତୀୟ ଲାଇସେନ୍ସ ନେଇ ଗାଡି ଚଲାଇ ପାରିବେ। ଯଦି ଆପଣଙ୍କ IDP ( International Development Program) ଇଂରାଜୀରେ ଥିବ।

୪)ଭାରତୀୟ ଲାଇସେନ୍ସ ନେଇ ଆପଣ ଜର୍ମାନୀରେ ୬ ମାସ ପର୍ଯ୍ୟନ୍ତ ଗାଡି ଚଲାଇ ପାରିବେ।

୫) ସୁଇଜରଲ୍ୟାଣ୍ଡରେ ମଧ୍ୟ ସମାନ ସୁବିଧା ରହିଛି।

୬)ମୋରିସସ୍‌ରେ ଗୋଟିଏ ବର୍ଷ ଆପଣ ଭାରତୀୟ ଲାଇସେନ୍ସ ନେଇ ଗାଡି ଚଲାଇ ପାରିବେ।

୭)ନ୍ୟୁଜ୍‌ଲାଣ୍ଡରେ ଆପଣ ଏକ ବର୍ଷ ଭାରତୀୟ ଲାଇସେନ୍ସ ନେଇ ଗାଡି ଚଲାଇ ପାରିବେ।

୮)ଫ୍ରାନ୍ସରେ ଆପଣଙ୍କୁ ସମାନ ସୁବିଧା ମିଳିବ। କିନ୍ତୁ ଆପଣଙ୍କ ଲାଇସେନ୍ସକୁ ଫ୍ରେଞ୍ଚ ଭାଷାରେ ରୂପାନ୍ତରିତ କରିବାକୁ ପଡିବ।

୯) ନରୱେରେ ମଧ୍ୟ ଆପଣ ଭାରତୀୟ ଲାଇସେନ୍ସ ନେଇ ଗାଡି ଚଲାଇ ପାରିବେ।  କିନ୍ତୁ ମାତ୍ର ୩ମାସ ପାଇଁ।

୧୦)ଦକ୍ଷିଣ ଆଫ୍ରିକାରେ ଆପଣ ଭାରତୀୟ ଲାଇସେନ୍ସ ନେଇ ଗାଡି ଚଲାଇ ପାରିବେ। କିନ୍ତୁ ଲାଇସେନ୍ସ ଇଂଲିସ୍‌ରେ ହୋଇଥିବା ଦରକାର।

Related story