ଥାଲାସେମିଆ ଓ ସିକଲସେଲ୍‌ ରୋଗୀଙ୍କୁ ମିଳିବ ହାଇଟେକ୍‌ ଚିକିତ୍ସା: ସ୍ୱାକ୍ଷର ହେଲା ଏମ୍‌ଓୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହ ୪ଟି ଏମଓୟୁ ସ୍ୱାକ୍ଷର କରିଛନ୍ତି। ଥାଲାସେମିଆ ଓ ସିକଲସେଲ ରୋଗର ଚିକିତ୍ସା ପାଇଁ ଭେଲୋର ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜ ଓ ଷ୍ଟେମ୍ ସେଲ୍ ରିସର୍ଚ୍ଚ ସେଣ୍ଟର ସହ ସରକାର ୫ ବର୍ଷିଆ ଚୁକ୍ତି ହୋଇଛି। ତାସହ ହୃଦରୋଗରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ବେଙ୍ଗଲୁର ସ୍ଥିତ ନାରାୟଣ ହୃଦୟାଳୟ ସହ ଚୁକ୍ତି କରାଯାଇଛି। ଶିଶୁମାନଙ୍କ ଚକ୍ଷୁ ରୋଗ […]

Thalsamaya-patient-get treatment

Rakesh Mallick
  • Published: Tuesday, 05 December 2017
  • , Updated: 05 December 2017, 10:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହ ୪ଟି ଏମଓୟୁ ସ୍ୱାକ୍ଷର କରିଛନ୍ତି। ଥାଲାସେମିଆ ଓ ସିକଲସେଲ ରୋଗର ଚିକିତ୍ସା ପାଇଁ ଭେଲୋର ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜ ଓ ଷ୍ଟେମ୍ ସେଲ୍ ରିସର୍ଚ୍ଚ ସେଣ୍ଟର ସହ ସରକାର ୫ ବର୍ଷିଆ ଚୁକ୍ତି ହୋଇଛି। ତାସହ ହୃଦରୋଗରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ବେଙ୍ଗଲୁର ସ୍ଥିତ ନାରାୟଣ ହୃଦୟାଳୟ ସହ ଚୁକ୍ତି କରାଯାଇଛି। ଶିଶୁମାନଙ୍କ ଚକ୍ଷୁ ରୋଗ ସମସ୍ୟା ଦୂର ପାଇଁ ଏଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ସହ ଚୁକ୍ତି ହୋଇଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଏହିସବୁ ସଂସ୍ଥାର ଏମଓୟୁ ସ୍ୱାକ୍ଷର ହୋଇଛି।

Related story