ସାବଧାନ, କିସ୍‌ କରୁଛନ୍ତି କି? ହୋଇପାରେ ଏହି ରୋଗ

କିସ୍‌ ବା ଚୁମା ନାମ ଧରିବା ମାତ୍ରେ ପ୍ରେମୀଯୁଗଳ ପରସ୍ପର କିସ୍‌ କରୁଥିବା ଛବି ମନକୁ ଚାଲିଆସେ।  କୁହାଯାଏ ଚୁମ୍ୱନ ବା କିସ୍‌ ସମ୍ପର୍କକୁ ସୁଦୃଢ କରିଥାଏ। କିସ୍‌ କରିବା ଦ୍ୱାରା ମନକୁ ଖୁସି ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କିସ୍‌ କରିବା ଦ୍ୱାରା କିସିଂ ରୋଗ ବା mononucleosis disease ରୋଗ ହୋଇଥାଏ। ଏହି ରୋଗ ଲାଳ ମାଧ୍ୟମରେ ଜଣେ ବ୍ୟକ୍ତିରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ କରିଥାଏ। ଅଇଁଠା ଖାଇବା ବା ପାଣି ପିଇବା ଦ୍ୱାରା […]

Rasiphala image

Rakesh Mallick
  • Published: Thursday, 22 February 2018
  • , Updated: 23 February 2018, 08:28 PM IST

କିସ୍‌ ବା ଚୁମା ନାମ ଧରିବା ମାତ୍ରେ ପ୍ରେମୀଯୁଗଳ ପରସ୍ପର କିସ୍‌ କରୁଥିବା ଛବି ମନକୁ ଚାଲିଆସେ।  କୁହାଯାଏ ଚୁମ୍ୱନ ବା କିସ୍‌ ସମ୍ପର୍କକୁ ସୁଦୃଢ କରିଥାଏ। କିସ୍‌ କରିବା ଦ୍ୱାରା ମନକୁ ଖୁସି ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କିସ୍‌ କରିବା ଦ୍ୱାରା କିସିଂ ରୋଗ ବା mononucleosis disease ରୋଗ ହୋଇଥାଏ। ଏହି ରୋଗ ଲାଳ ମାଧ୍ୟମରେ ଜଣେ ବ୍ୟକ୍ତିରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ କରିଥାଏ। ଅଇଁଠା ଖାଇବା ବା ପାଣି ପିଇବା ଦ୍ୱାରା ମଧ୍ୟ ଏହି ରୋଗ ହେବାର ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା କ’ଣ ଏହି କିସିଂରୋଗ ଓ ଏହାର  ଲକ୍ଷଣ ସଂପର୍କରେ

କ'ଣ ଏହି କିସିଂ ରୋଗ

ଶରୀରରେ Epstein–Barr virus(EBV) ଭୂତାଣୁ ଦ୍ୱାରା ଏହି ରୋଗ ହୋଇଥାଏ। ଏହି ଭାଇରସ୍‌ ଶରୀରରେ mononucleosis ସଂକ୍ରମଣକୁ ଆମନ୍ତ୍ରଣ କରିଥାଏ। ଏହି ସଂକ୍ରମଣ ଲାଳ ଦ୍ୱାରା ମଣିଷକୁ ହୋଇଥାଏ। ଏହି ଭାଇରସ କାରଣରୁ ଲିଭର ସମସ୍ୟା, ହେପାଟାଇଟିସ୍‌, ଜଣ୍ଡିସ୍‌ ଓ ଆନେମିଆ ପରି ଭୟଙ୍କର ରୋଗ ହେବାର ଆଶଙ୍କା ରହିଛି।

ଲକ୍ଷଣ:

କିସିଂ ରୋଗ ହେଲେ ଦେହରେ ଜ୍ୱର ଲାଗି ରହିବା, ମୁଣ୍ଡ ବିନ୍ଧା, ଗଳା ଦରଜ ହେବା, ଶରୀର କୁଣ୍ଡାଇ ହେବା ପରି ଲକ୍ଷଣ ଦେଖାଦେଇଥାଏ।

Related story