ଏସବୁ ବ୍ୟବହାର କରୁଥିଲେ ସାବଧାନ୍: ଦ୍ରବ୍ୟ କି ଖାଦ୍ୟ ନୁହେଁ ଏହା ବିଷ
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏପରି କିଛି ଜିନିଷ ବିକ୍ରି ହେଉଛି ଯାହା ବିଷ ସହ ସମାନ। ଏହା ମଧ୍ୟରେ ରହିଛି କିଛି ଖାଇବା ଜିନିଷ, ସାବୁନ, ଔଷଧ, ଚକୋଲେଟ୍ ଓ ଅନେକ କିଛି। ତେଣୁ ଏଗୁଡ଼ିକୁ ବିଦେଶରେ ବ୍ୟାନ୍ କରାଯାଇଛି। ମାତ୍ର ଭାରତରେ ଏହାକୁ ଆମେ ଦୈନନ୍ଦିନ ଜୀବନରେ ଅତି ଆରାମର ସହ ବ୍ୟବହାର କରିଥାଉ। ତେବେ ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?ଡିସ୍ପ୍ରିନ୍: ଭାରତରେ ଅନେକ ଲୋକ ମୁଣ୍ଡବିନ୍ଧା ପାଇଁ ଡିସ୍ପ୍ରିନ୍ ଖାଆନ୍ତି। […]
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏପରି କିଛି ଜିନିଷ ବିକ୍ରି ହେଉଛି ଯାହା ବିଷ ସହ ସମାନ। ଏହା ମଧ୍ୟରେ ରହିଛି କିଛି ଖାଇବା ଜିନିଷ, ସାବୁନ, ଔଷଧ, ଚକୋଲେଟ୍ ଓ ଅନେକ କିଛି। ତେଣୁ ଏଗୁଡ଼ିକୁ ବିଦେଶରେ ବ୍ୟାନ୍ କରାଯାଇଛି। ମାତ୍ର ଭାରତରେ ଏହାକୁ ଆମେ ଦୈନନ୍ଦିନ ଜୀବନରେ ଅତି ଆରାମର ସହ ବ୍ୟବହାର କରିଥାଉ। ତେବେ ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?ଡିସ୍ପ୍ରିନ୍: ଭାରତରେ ଅନେକ ଲୋକ ମୁଣ୍ଡବିନ୍ଧା ପାଇଁ ଡିସ୍ପ୍ରିନ୍ ଖାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହା ବିଦେଶମାନଙ୍କରେ ବ୍ୟାନ୍ ବୋଲି? ଏହି ଟ୍ୟାବଲେଟ୍ଟି ରକ୍ତକୁ ପତଳା କରିଦେଇଥାଏ। ଫଳରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଇୟୁରୋପ, ଆମେରିକା ଭଳି ଦେଶମାନଙ୍କରେ ଏହାକୁ ବ୍ୟାନ କରାଯାଇଛି। ଦିଲ୍ଲୀ ସରକାର ମଧ୍ୟ ଏହାର ବିକ୍ରି ଉପରେ କଟକଣା ଲଗାଇଥିଲା। ତଥାପି ବଜାରରେ ଡିସ୍ପ୍ରିନ୍ କୋଲାଖୋଲି ଭାବେ ବିକ୍ରି ହେଉଛି। ଆଉ ଲୋକମାନେ ମଧ୍ୟ ଖାଉଛନ୍ତି।
ଲାଇଫ୍ବଏ ସାବୁନ: ଭାରତରେ ପ୍ରାୟ ୮୦ ଭାଗ ଲୋକଙ୍କ ଘରେ ଏହି ସାବୁନ ବ୍ୟବହାର କରାଯାଏ। ଏହା ଉପରେ ବହୁତ ବଡ ବଡ଼ ବିଜ୍ଞାପନ ମଧ୍ୟ ବନାଯାଇଛି। କିନ୍ତୁ ଆପଣ ଜାଣନ୍ତି କି ଏହାକୁ ବିଦେଶରେ ବ୍ୟାନ କରାଯାଇଛି। କାରଣ ଆମେରିକାରେ ହୋଇଥିବା ଏକ ଯାଞ୍ଚ ପରେ ଏହାଦ୍ୱାରା ଆମ ଚର୍ମର ବହୁତ କ୍ଷତି ହୋଇଥାଏ ବୋଲି ଜଣାପଡ଼ିଛି।
ରେଡବୁଲ୍: ଏହା ଏକ ଏନର୍ଜି ଡ୍ରିଙ୍କ୍। ଏହାକୁ ଅନେକ ଯୁବପୀଢ଼ି ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହା ଆପଣଙ୍କ ହୃତ୍ପିଣ୍ଡକୁ ଖରାପ କରିପାରେ? ରେଡ୍ବୁଲ୍ ପିଇବା ଦ୍ୱାରା ଆପଣ ହାର୍ଟଆଟାକ, ହାଇପର ଟେନ୍ସନ, ଡିପ୍ରେଶନ୍ର ଶିକାର ହୋଇପାରନ୍ତି। ଏହାକୁ ଫ୍ରାନ୍ସ୍ ଓ ଡେନ୍ମାର୍କରେ ବ୍ୟାନ୍ କରାଯାଇଛି।
କିଣ୍ଡର ଜଏ: ଭାରତରେ ଛୋଟ ପିଲାମାନେ କିଣ୍ଡରଜଏ ଖାଇବାକୁ ବେଶ ପସନ୍ଦ କରନ୍ତି। ମାଆବାପା ମଧ୍ୟ ଏହାକୁ ପିଲାଙ୍କ ପାଇଁ ସୁରକ୍ଷିତ ଭାବି ବେଶ୍ ଖୁସିରେ ଖାଇବାକୁ ଦେଇଥାନ୍ତି। କିନ୍ତୁ ଆମେରିକାରେ ହୋଇଥିବା ଏକ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ କିଣ୍ଡରଜଏ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଆମେରିକାରେ ଏହାକୁ ତୁରନ୍ତ ବ୍ୟାନ୍ କରିଦିଆଗଲା।