ଖାଇବା ପରେ ଭୁଲରେ ବି କରନ୍ତୁନି ଏହିସବୁ କାମ: ମାଡ଼ି ବସିବ ରୋଗ

ପ୍ରାୟ ସମସ୍ତେ ସୁଷମ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ତେବେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେବଳ ସୁଷମ ଖାଦ୍ୟ ଯଥେଷ୍ଟ ନୁହେଁ। ଅନେକ ସମୟରେ ଆମେ ଖାଦ୍ୟ ଖାଇବା ପରେ ଏମିତି ଗୁଡ଼ାଏ କାମ କରୁ ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଆପଣ ଖାଇବା ପରେ କ’ଣ କରୁଛନ୍ତି ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଆଜି ଆମେ ଏଠାରେ ଏପରି କିଛି କାର୍ଯ୍ୟ ସଂପର୍କରେ କହିବୁ ଯେଉଁଗୁଡ଼ିକୁ ଆପଣମାନେ ଖାଇବା ପରେ ଆଦୌ […]

helth_image

Rakesh Mallick
  • Published: Thursday, 11 January 2018
  • , Updated: 11 January 2018, 07:21 PM IST

ପ୍ରାୟ ସମସ୍ତେ ସୁଷମ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ତେବେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେବଳ ସୁଷମ ଖାଦ୍ୟ ଯଥେଷ୍ଟ ନୁହେଁ। ଅନେକ ସମୟରେ ଆମେ ଖାଦ୍ୟ ଖାଇବା ପରେ ଏମିତି ଗୁଡ଼ାଏ କାମ କରୁ ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଆପଣ ଖାଇବା ପରେ କ’ଣ କରୁଛନ୍ତି ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଆଜି ଆମେ ଏଠାରେ ଏପରି କିଛି କାର୍ଯ୍ୟ ସଂପର୍କରେ କହିବୁ ଯେଉଁଗୁଡ଼ିକୁ ଆପଣମାନେ ଖାଇବା ପରେ ଆଦୌ କରିବା ଉଚିତ ନୁହେଁ।

୧) ଅନେକ ଲୋକ ଖାଦ୍ୟ ଖାଇବା ମଝିରେ ବା ଖାଇବା ପରେ ତୁରନ୍ତ ପାଣି ପିଇ ଦିଅନ୍ତି। ଏପରି କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ଏହାଦ୍ୱାରା ପାଚନ କ୍ରିୟା ମନ୍ଥର ହୋଇଯାଏ। ଫଳରେ ଗ୍ୟାସ୍ ଓ ଏସିଡିଟି ପରି ସମସ୍ୟା ଦେଖା ଦେଇଥାଏ।୨) ଅଧିକାଂଶ ସମୟରେ ଦେଖିବାକୁ ମିଳେ ଲୋକେ ଖାଇବା ପରେ ଚା’ ପିଅନ୍ତି। ଯଦି ଆପଣଙ୍କର ଏହି ଅଭ୍ୟାସ ଥାଏ, ତା’ହେଲେ ତୁରନ୍ତ ବଦଳାଇ ଦିଅନ୍ତୁ। ଚା’ରେ ପୋଲିଫେନୋଲ୍ସ ଓ ଟେନିଂସ୍ ଭଳି ରସାୟନିକ ପଦାର୍ଥ ରହିଛି। ଭୋଜନ ଦ୍ୱାରା ପେଟକୁ ଯାଇଥିବା ନ୍ୟୁଟ୍ରିସନ୍‌କୁ ଏହା ନଷ୍ଟ କରି ଦିଏ। ପୁଣି ଚା’ର ୫୦ ଗ୍ରାମ ପତିରୁ ୪୦ ଗ୍ରାମରେ ଏସିଡ୍‌ ଥାଏ। ଏହା ଶରୀରର ପ୍ରୋଟିନ୍ ଅଂଶକୁ ନଷ୍ଟ କରିଥାଏ। ଫଳରେ ପେଟରେ ଅଲସର ପରି ସମସ୍ୟା ଦେଖାଦିଏ।୩) ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ। କାରଣ ଏପରି କଲେ ପାଚନ କ୍ରିୟା ମନ୍ଥର ହୋଇଯାଏ। ଫଳରେ ଅନେକ ଲୋକଙ୍କୁ ସକାଳୁ ସକାଳୁ ଗ୍ୟାସ୍ ଓ କୋଷ୍ଠକାଠିନ୍ୟର ସମସ୍ୟା ଭୋଗିବାକୁ ପଡ଼ିଥାଏ।୪) ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଆନ୍ତୁ ନାହିଁ। କାରଣ ଏହା ପେଟରେ ଲାଖି ରହିଯାଏ ଓ ଠିକ୍ ଭାବେ ପେଟ ଭିତରକୁ ଯାଇ ପାରେ ନାହିଁ। ଫଳରେ ଏଥିରୁ ଆବଶ୍ୟକ ଭିଟାମିନ୍‌ ମିଳିପାରେ ନାହିଁ। ତେଣୁ ଖାଇବାର ଏକ ଘଣ୍ଟା ପରେ ଅବା ଖାଇବାର କିଛି ଘଣ୍ଟା ପୂର୍ବରୁ ଫଳ ଖାଆନ୍ତୁ।୫) ଏମିତିରେ ତ ଆଦୌ ସିଗାରେଟ୍ ପିଇବା ଉଚିତ୍ ନୁହେଁ। ଧୂମପାନ ଦ୍ୱାରା ଅନେକ ପ୍ରକାର ରୋଗ ହୋଇଥାଏ। କିନ୍ତୁ ଯେଉଁମାନେ ସିଗାରେଟ୍ ଟାଣୁଛନ୍ତି ସେମାନଙ୍କ ପାଇଁ ଏହି ଟିପ୍ସଟି। ଖାଇବା ପରେ ପରେ ସିଗାରେଟ୍ ଟାଣିବା ଦ୍ୱାରା ୧୦ ଗୁଣା ଅଧିକ ବିପଦ ରହିଥାଏ।୬) ଖାଇବାର ତୁରନ୍ତ ପରେ ଗାଧାନ୍ତୁ ନାହିଁ। କାରଣ ଖାଇବା ପରେ ପାଚନ କ୍ରିୟା ଆରମ୍ଭ ହୋଇଯାଇଥାଏ। କିନ୍ତୁ ଖାଇବା ପରେ ତୁରନ୍ତ ଗାଧୋଇବା ଦ୍ୱାରା ଆମ ଶରୀର ଥଣ୍ଡା ହୋଇଯାଏ, ଯାହାଦ୍ୱାରା ପାଚନ କ୍ରିୟା ବିଗିଡ଼ି ଯାଇଥାଏ। ତେଣୁ ଗ୍ୟାସ୍ ଓ ପେଟରେ ଘା ହେବା ଭଳି ସମସ୍ୟା ଦେଖାଦିଏ। ସେଥିପାଇଁ ସବୁବେଳେ ଖାଦ୍ୟ ଖାଇବାର ଅତି କମ୍‌ରେ ଅଧାଘଣ୍ଟା ପରେ ହିଁ ଗାଧୋଇବା ଉଚିତ।

Related story