ଏ ସବୁ ଟିକେ କମ୍‌ ଖାଇବେ, ନ ହେଲେ କଥା ସରିଲା

ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ! ଏଥିପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣେଇଥାନ୍ତି। ସୁନ୍ଦର ଦିଶିବା ପାଇଁ ଚେହେରାରେ ଅନେକ ପ୍ରକାର କସମେଟିକ୍ ବ୍ୟବହାର କରନ୍ତି। ହେଲେ ଆମେ ଆପଣଙ୍କୁ ବତାଇବାକୁ ଚାହୁଁଛୁ ଯେ  ମଣିଷକୁ ସୁନ୍ଦର କରିବାରେ ତାର ଖାଦ୍ୟ ପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।  ଆପଣ ଯଦି ଖାଦ୍ୟ ପେୟ ଠିକ୍ ରଖିବେ ତେବେ ଆପଣ ସୁସ୍ଥ ରହିବା ସହ ସୁନ୍ଦର ମଧ୍ୟ ଦେଖାଯିବେ। କିନ୍ତୁ ଆପଣ ଜାଣନ୍ତି କି […]

acne problems copy

acne problems copy

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 01:42 PM IST

Sports

Latest News

ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ! ଏଥିପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣେଇଥାନ୍ତି। ସୁନ୍ଦର ଦିଶିବା ପାଇଁ ଚେହେରାରେ ଅନେକ ପ୍ରକାର କସମେଟିକ୍ ବ୍ୟବହାର କରନ୍ତି। ହେଲେ ଆମେ ଆପଣଙ୍କୁ ବତାଇବାକୁ ଚାହୁଁଛୁ ଯେ  ମଣିଷକୁ ସୁନ୍ଦର କରିବାରେ ତାର ଖାଦ୍ୟ ପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।  ଆପଣ ଯଦି ଖାଦ୍ୟ ପେୟ ଠିକ୍ ରଖିବେ ତେବେ ଆପଣ ସୁସ୍ଥ ରହିବା ସହ ସୁନ୍ଦର ମଧ୍ୟ ଦେଖାଯିବେ। କିନ୍ତୁ ଆପଣ ଜାଣନ୍ତି କି କିଛି ଖାଦ୍ୟ ଏପରି ଅଛି ଯାହାକୁ ଖାଇଲେ ଆପଣ ଅସୁନ୍ଦର ହୋଇଯିବେ।

୧. ଅଣ୍ଡା: ପ୍ରଚୁର ପରିମାଣରେ ଅଣ୍ଡା ଖାଇଲେ ଶରୀରରେ ଉତ୍ତାପ ବଢ଼ିଥାଏ। ଯାହାକି ଶରୀରରୁ ବାହାରିପାରେ ନାହିଁ। ଯାହା ଫଳରେ ମୁହଁରେ ବ୍ରଣ ହୋଇଥାଏ। ମୁହଁରେ ବ୍ରଣ ଉଠିଲେ ଚେହେରା ଖୁବ୍ ଅସୁନ୍ଦର ଦେଖାଯାଏ। ତେଣୁ ଆପଣ ଯଦି ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି ତେବେ ଅଣ୍ଡା କମ୍ ଖାଆନ୍ତୁ।

୨. ଚିକେନ୍: ଧିକ ପରିମାଣରେ ଚିକେନ୍ ଖାଇଲେ ଶରୀରରେ ଚର୍ବି ବଢ଼ିଯାଏ। ଏହି ଚର୍ବି ଆପଣଙ୍କ ପେଟ ସହ ଚେହେରାରେ ମଧ୍ୟ ଦେଖାଯାଏ। ଏଥିପାଇଁ ଚେହେରାରେ ଭାଙ୍ଗ ପଡ଼ିଯାଏ। ତେଣୁ ସବୁବେଳେ ଚିକେନ୍ ଖାଆନ୍ତୁ ନାହିଁ। ନହେଲେ ମୋଟା ହେବା ସହ ଅସୁନ୍ଦର ଦେଖାଯିବେ।

୩. ତେଲ: ଖାଦ୍ୟରେ ଅତ୍ୟଧିକ ପରିମାଣରେ ତେଲ ବ୍ୟବହାର କଲେ ଚେହେରା ତେଲିଆ ହୋଇଯାଏ। ଚେହେରାରେ ତେଲିଆ ଅଂଶ ଅଧିକଲ ହେଲେ ବ୍ରଣ ହେବା ସହ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯିବ। ତେଣୁ ଖାଦ୍ୟରେ ଯେତେ ସମ୍ଭବ ସେତେ କମ୍ ତେଲ ବ୍ୟବହାର କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos