ହୀରାକୁଦ ସମେତ ୩ଟି ଜଳ ବିଦ୍ୟୁତ୍ ପ୍ରକଳ୍ପର ହେବ ପୁନରୁଦ୍ଧାର

ଭୁବନେଶ୍ୱର: ବିଜୁଳି ସଙ୍କଟ ବେଳେ ରାଜ୍ୟ ସରକାରଙ୍କ ମନେପଡ଼ିଲା ଜଳବିଦ୍ୟୁତ୍ ପ୍ରକଳ୍ପର ପୁନରୁଦ୍ଧାର କଥା। ତିନୋଟି ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପର ୯ଟି ୟୁନିଟକୁ ପୁନରୁଦ୍ଧାର କରାଯିବ। ଏଥିପାଇଁ ୮୮୭ କୋଟି ଖର୍ଚ୍ଚ ହେବ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆଜି ବସିଥିବା ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ପ୍ରକାରେ ହୀରାକୁଦ ଜଳବିଦ୍ୟୁତ ପ୍ରକଳ୍ପର ୫ ଓ ୬ ନମ୍ୱର ୟୁନିଟର ପୁନରୁଦ୍ଧାର […]

HirakudDam

HirakudDam

Rakesh Mallick
  • Published: Tuesday, 13 October 2015
  • Updated: 13 October 2015, 02:35 PM IST

ଭୁବନେଶ୍ୱର: ବିଜୁଳି ସଙ୍କଟ ବେଳେ ରାଜ୍ୟ ସରକାରଙ୍କ ମନେପଡ଼ିଲା ଜଳବିଦ୍ୟୁତ୍ ପ୍ରକଳ୍ପର ପୁନରୁଦ୍ଧାର କଥା। ତିନୋଟି ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପର ୯ଟି ୟୁନିଟକୁ ପୁନରୁଦ୍ଧାର କରାଯିବ। ଏଥିପାଇଁ ୮୮୭ କୋଟି ଖର୍ଚ୍ଚ ହେବ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆଜି ବସିଥିବା ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ନିଷ୍ପତ୍ତି ପ୍ରକାରେ ହୀରାକୁଦ ଜଳବିଦ୍ୟୁତ ପ୍ରକଳ୍ପର ୫ ଓ ୬ ନମ୍ୱର ୟୁନିଟର ପୁନରୁଦ୍ଧାର କରାଯିବ। ଏହି ୨ ୟୁନିଟରୁ ୭୫ ମେଗାୱାଟ ବିଜୁଳି ମିଳିବା କଥା। ତେବେ  ଅଧିକାଂଶ ସମୟରେ ଯନ୍ତ୍ରାଂଶ ଖରାପ ରହୁଥିବାରୁ ଏଥିରୁ କ୍ଷମତା ଅନୁସାରେ ବିଜୁଳି ଉତ୍ପାଦନ ହୋଇପାରୁନି। ତେବେ ପୁନରୁଦ୍ଧାର ପରେ ଏଠାରୁ ଅଧିକ ୧୧ ମେଗାୱାଟ ଅର୍ଥାତ ମୋଟ ୮୬ ମେଗାୱାଟ ବିଜୁଳି ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୫୮ କୋଟି ଟଙ୍କ। ଖର୍ଚ୍ଚ କରାଯିବ ଓ ଅଢେଇ ବର୍ଷରେ କାମ ଶେଷ ହେବ। ଶକ୍ତି ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ହୀରାକୁଦ ଜଳ ବିଦ୍ୟୁତ୍ ପ୍ରକଳ୍ପର ୟୁନିଟଗୁଡ଼ିକୁ ୬୦ ବର୍ଷ ଅତିକ୍ରମ କରି ଗଲାଣି। ତେଣୁ ବର୍ତ୍ତମାନ ସେଗୁଡ଼ିକ ପୁନରୁଦ୍ଧାର ଆବଶ୍ୟକ କରୁଛନ୍ତି। ଏବେ ସରକାର ଦୁଇଟି ୟୁନିଟକୁ ପୁନରୁଦ୍ଧାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୟୁନିଟ ଦୁଇଟିର ପୁରୁଣା ଟରବାଇନ୍ ଗୁଡ଼ିକୁ ହଟାଇ ଦିଆଯିବ ଓ ନୂଆ ଟରବାଇନ୍ ଲାଗିବ। ତା’ସହିତ ଅନ୍ୟାନ୍ୟ ପୁରୁଣା ଯନ୍ତ୍ରପାତିଗୁଡ଼ିକୁ ମଧ୍ୟ ବଦଳାଯାଇ ନୂଆ ଯନ୍ତ୍ରପାତି ଲଗାଯିବ। ଏସବୁ କାମ ଅଢେଇ ବର୍ଷ ମଧ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଟେଣ୍ଟର ପ୍ରକ୍ରିୟା ଆରମ୍ଭ କରାଯାଇଛି।

ହୀରାକୁଦର ଦୁଇଟି ୟୁନିଟ୍ ସହିତ ଚିପଲିମାର ଗୋଟିଏ ଯୁନିଟର ମଧ୍ୟ ମରାମତି ହେବ। ଏଠାରୁ ମିଳିବ ୨୪ ମେଗାୱାଟ। ଖର୍ଚ୍ଚ ହେବ ୬୫ କୋଟି ୬୭ ଲକ୍ଷ। ବାଲିମେଳାର ୬ ଟି ୟୁନିଟିକୁ ପର୍ଯ୍ୟାୟ କ୍ରମେ ୬୬୪ କୋଟି ଖର୍ଚ୍ଚ କରାଯାଇ ମରାମତି କରାଯିବ। ୫୪ ମାସରେ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ୟୁନିଟଗୁଡିକର ପୁନରୁଦ୍ଧାର ବହୁ ଆଗରୁ ହେବାର ଥିଲା।  ଷାଠିଏ ଦଶକରେ ନିର୍ମାଣ ହୋଇଥିବା ଏସବୁ ପ୍ରକଳ୍ପର ୩୦ରୁ ୪୦ ବର୍ଷ ଭିତରେ ମରାମତି କିମ୍ୱା ପୁନରୁଦ୍ଧାର ହେବା କଥା। ଏବେ ରାଜ୍ୟରେ ଥିବା ଜଳବିଦ୍ୟୁତ ପ୍ରକଳ୍ପଗୁଡିକୁର ସର୍ବୋଚ୍ଚ ଉତ୍ପାଦନ କ୍ଷମତା ୨ ହଜାର ୬୩ ମେଗାୱାଟ। ତେବେ ଜଳଭଣ୍ଡାରରେ ପାଣିର ଅଭାବ ଓ ଯନ୍ତ୍ରାଂଶ ଖରାପ କାରଣରୁ ଦୈନିକ ମାତ୍ର ୫ଶହରୁ ୬ଶହ ମେଗାୱାଟ ବିଜୁଳି ମିଳୁଛି ବୋଲି କହିଛନ୍ତି ଜଳ ସଂପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ତ୍ରିପାଠୀ।

ଅନ୍ୟପକ୍ଷରେ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ନେଇ ସରକାରଙ୍କର ଆଜିର ପଦକ୍ଷେପକୁ ବିରୋଧୀ ସମାଲୋଚନା କରିଛନ୍ତି। ଉଭୟ କଂଗ୍ରେସ ଓ ବିଜେପି କହିଛନ୍ତି ଯେ ବିଳମ୍ବରେ ସରକାରଙ୍କ ଚେତା ପଶିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ନେଡି ଗୁଡ଼ କହୁଣୀକୁ ବୋହି ଯିବା ପରେ ସରକାରଙ୍କ ଚେତା ପଶୁଛି। ତେବେ ଏ ସରକାର କିଛି କରିପାରିବେନି। ସମୀକ୍ଷା କେବଳ ସମୀକ୍ଷାରେ ହିଁ ରହିଯିବ। କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ସେହିପରି ବିଜେପିର ରାଜ୍ୟ ଉପ-ସଭାପତି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ କୁପରିଚାଳନା ଯୋଗୁଁ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରୁ ଯେତିକି ପରିମାଣରେ ବିଦ୍ୟୁତ୍ ମିଳିବା କଥା ତାହା ମିଳୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story