ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଧନିଆ ପତ୍ର ବ୍ୟବହାର କରିଥାଉ। ଧନିଆ ପତ୍ରକୁ ଆମେ ବିଭିନ୍ନ ତରକାରୀରେ ପକାଇବା ସହ ଚଟଣୀ କରି ମଧ୍ୟ ଖାଉଥାଉ। ଅନ୍ୟ ଦିନ ଗୁଡ଼ିକ ଅପେକ୍ଷା ଶୀତ ଦିନେ ଧନିଆ ପତ୍ର ପ୍ରଚୁର ମାତ୍ରାରେ ମିଳିଥାଏ। ଅନେକ ସମୟରେ ଦେଖାଯାଏ ବଜାରରୁ ଧନିଆ ପତ୍ର ଆଣି ଫ୍ରିଜ୍ରେ ରଖିବା ପରେ ଏହା ଝାଉଁଳି ଯିବା ସହ ପଚି ମଧ୍ୟ ଯାଇଥାଏ। ହେଲେ ଚିନ୍ତା କରନ୍ତୁ ନାହିଁ ଧନିଆ ପତ୍ରକୁ ତାଜା ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ।
ପ୍ରଥମେ ଧନିଆ ପତ୍ରର ନାଡ଼କୁ ଏକ ଛୁରୀ ସାହାଯ୍ୟରେ କାଟି ଦିଅନ୍ତୁ। ହେଲେ ଧ୍ୟାନ ରଖିବେ ଧନିଆ ପତ୍ରକୁ ଧୋଇବେ ନାହିଁ। ଏକ ଏୟାର ଟାଇଟ୍ ଡବାରେ ଟିସୁ ପେପର୍ ପକାଇ ଧନିଆ ପତ୍ର ଏଥିରେ ରଖନ୍ତୁ। ଏହାପରେ ଧନିଆ ପତ୍ର ଉପରେ ଆଉ ଏକ ଟିସୁ ପେପର ରଖି ଡବାଟିକୁ ବନ୍ଦ କରି ଦିଅନ୍ତୁ। ଏହି ପ୍ରଣାଳୀରେ ଧନିଆ ପତ୍ର ରଖିବା ଦ୍ୱାରା ଏହା ସୁରକ୍ଷିତ ହୋଇ ରହିଥାଏ। ଏହାସହ ଧନିଆ ପତ୍ରକୁ ଅନେକ ଦିନ ରଖି ବ୍ୟବହାର କରି ପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...