ଟ୍ରାକ୍ଟରକୁ ପିଟିଲା ଟ୍ରେନ୍‌, ହେଲେ ମୃତ୍ୟୁ ପାଖରୁ ଖସି ଆସିଲେ ୩ଜଣ; କେଉଁଠି କେମିତି ଘଟିଲା ଏହି ଦୁର୍ଘଟଣା

Ordigital Desk
  • Published: Wednesday, 31 May 2017
  • , Updated: 31 May 2017, 06:01 PM IST
<p>[vc_video link=&quot;&quot; align=&quot;center&quot;]</p> <p>ଟିଟିଲାଗଡ଼: ରେଳ ଫାଟକ ଅଛି। ଜଗୁଆଳି ମୁତୟନ ହୋଇଛନ୍ତି। ମାତ୍ର ଫାଟକ ପଡ଼ୁନି। ଫଳରେ ଆଜି ଏକ୍ସପ୍ରେସ୍&zwnj; ଟ୍ରନ୍&zwnj; ଧକ୍କାରେ ଏକ ଟ୍ରାକ୍ଟର ଚୁରମାର ହୋଇଯାଇଛି। ଡ୍ରାଇଭର ସମେତ ୩ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଆଜି ଦିନ ପ୍ରାୟ ସାଢ଼େ ଦୁଇଟାରେ ଟିଟିଲାଗଡ଼ ଲୁଥୁରବନ୍ଧ ରେଳ ଫ।ଟକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।</p> <p>ଆଜି ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଆଗପଛ ହୋଇ ରେଳ ଫ।ଟକ ପାର ହେଉଥିଲେ। ଏହି ସମୟରେ ସମଲେଶ୍ୱେରୀ ଏକ୍ସପ୍ରେସ୍&zwnj; ଦ୍ରୁତ ଗତିରେ ଆସୁଥିବା ଦେଖି ପଛ ଟ୍ରାକ୍ଟର ଡ୍ରାଇଭର ପାଟି କରିବାରୁ ଆଗ ଟ୍ରାକ୍ଟରରେ ବସିଥିବା ଦୁଇ ଜଣ ଶ୍ରମିକ ଓ ଡ୍ରାଇଭର ଡେଇଁ ପଡ଼ିଥିଲେ। ଫଳରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ। ହେଲେ ଟ୍ରାକ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରେଳ ଫ।ଟକରେ ଜଗୁଆଳି ଥାଇ ମଧ୍ୟ ରେଳ ଫ।ଟକ ବନ୍ଦ ନଥିଲା। ଫଳରେ ଏତେ ବଡ ଦୁର୍ଘଟଣା ଘଟିଥିଲା। ଏହି ସ୍ଥାନରେ ବାରମ୍ୱାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ରେଳ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି।</p>

Related story