ଆଜି ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମାଇନିଂ ଓ ଫୁଏଲ୍‌ ରିସର୍ଚ୍ଚ ବୈଜ୍ଞାନିକଙ୍କ ଜଗମୋହନ ଅନୁଧ୍ୟାନ

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥାୟୀ ସୁରକ୍ଷା ପାଇଁ ପୋଟାଲ ଷ୍ଟିଲ ବକ୍ସ ଫ୍ରେମ ଲଗାଯିବ। ଷ୍ଟିଲ ବକ୍ସ ଫ୍ରେମର ଫେବ୍ରିକେସନ କାର୍ଯ୍ୟ ସମୟରେ ଧୂଆଁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଯାହାକି ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ନିବେଦନ କ୍ରମେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମାଇନିଂ ଓ ଫୁଏଲ୍‌ ରିସର୍ଚ୍ଚର ଦୁଇ ଜଣ ବୈଜ୍ଞାନିକ ଆଜି ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବେ। ପରେ ଶ୍ରୀମନ୍ଦିର ଗର୍ଭଗୃହ ଏବଂ ଜଗମୋହନକୁ ଅନୁଧ୍ୟାନ […]

9

Rakesh Mallick
  • Published: Tuesday, 21 March 2017
  • , Updated: 21 March 2017, 07:38 AM IST

ପୁରୀ: ଶ୍ରୀମନ୍ଦିର ଜଗମୋହନର ସ୍ଥାୟୀ ସୁରକ୍ଷା ପାଇଁ ପୋଟାଲ ଷ୍ଟିଲ ବକ୍ସ ଫ୍ରେମ ଲଗାଯିବ। ଷ୍ଟିଲ ବକ୍ସ ଫ୍ରେମର ଫେବ୍ରିକେସନ କାର୍ଯ୍ୟ ସମୟରେ ଧୂଆଁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଯାହାକି ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ନିବେଦନ କ୍ରମେ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମାଇନିଂ ଓ ଫୁଏଲ୍‌ ରିସର୍ଚ୍ଚର ଦୁଇ ଜଣ ବୈଜ୍ଞାନିକ ଆଜି ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବେ। ପରେ ଶ୍ରୀମନ୍ଦିର ଗର୍ଭଗୃହ ଏବଂ ଜଗମୋହନକୁ ଅନୁଧ୍ୟାନ କରିବେ। ଜଗମୋହନ ସମସ୍ୟା ସହ ଗର୍ଭଗୃହର ବାୟୁ ସଞ୍ଚାଳନରେ ସମସ୍ୟା ରହୁଥିବାରୁ କିଭଳି ଭାବେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ସଞ୍ଚାଳନ ଠିକ ଭାବେ କରାଯିବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ।

ବୈଜ୍ଞାନିକଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କଲେ ଏହି ସମସ୍ୟା ସମାଧାନ ହୋଇଯିବ ବୋଲି ଧାନବାଦସ୍ଥିତ ରିସର୍ଚ୍ଚ ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ଡ. ଜେ.କେ ପାଣ୍ଡେ କହିଛନ୍ତି।

Related story