ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଚାଲିଛି ମତଦାନ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇଛି। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ। ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା ହୋଇଯିବ। ଏଥିପାଇଁ କ୍ୟାମ୍ପସ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀମାନେ ୟୁନିଫର୍ମରେ ଆସିବା ସହ ପରିଚୟ ପତ୍ର ଦେଖାଇ ଭୋଟ ଦେବାକୁ ଲାଇନ୍‌ରେ ରହିଛନ୍ତି। ସୋମବାର ବିଜୟୀ ପ୍ରାର୍ଥୀ ଶପଥ ନେବେ। […]

Rakesh Mallick
  • Published: Saturday, 23 September 2017
  • , Updated: 23 September 2017, 08:47 AM IST

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇଛି। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ। ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା ହୋଇଯିବ। ଏଥିପାଇଁ କ୍ୟାମ୍ପସ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀମାନେ ୟୁନିଫର୍ମରେ ଆସିବା ସହ ପରିଚୟ ପତ୍ର ଦେଖାଇ ଭୋଟ ଦେବାକୁ ଲାଇନ୍‌ରେ ରହିଛନ୍ତି।

ସୋମବାର ବିଜୟୀ ପ୍ରାର୍ଥୀ ଶପଥ ନେବେ। ଚଳିତବର୍ଷ ଭୁବନେଶ୍ୱରରେ ଏକମାତ୍ର ବିଶ୍ୱ ବିଦ୍ୟାଳୟ ରମାଦେବୀ ବିଶ୍ୱବିଦ୍ୟାଳୟ, ରାଜଧାନୀ, ଦେବରାୟ, ଏକାମ୍ର ଓ କ୍ୟାପିଟାଲ୍ ଲ କଲେଜରେ ନିର୍ବାଚନ ହେଉଛି। ତାସହ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି।

Related story