ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣା: ଆଜି କୋର୍ଟ ଚାଲାଣ ହେବେ ‘ପଣ୍ଡା ଇନ୍‌ଫ୍ରା’ର ମୁଖ୍ୟ ପ୍ରତାପ ପଣ୍ଡା

ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ମାଣାଧୀନ ବମିଖାଲ  ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ନିର୍ମାଣକାରୀ ସଂସ୍ଥା ‘ପଣ୍ଡା ଇନ୍‌ଫ୍ରା’ର ମୁଖ୍ୟ ପ୍ରତାପ ପଣ୍ଡାଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲିସ। ଗତକାଲି ପ୍ରତାପ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗରିଫ କରିଥିଲା। ସେପଟେ କମ୍ପାନିର ଅନ୍ୟତମ ଦୁଇ ବୋର୍ଡ ଡାଇରେକ୍ଟର ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡା ଏବେ ବି ଫେରାର୍ ଅଛନ୍ତି। ସେମାନଙ୍କୁ ପୋଲସି ଖୋଜୁଛି। ଆବଶ୍ୟକ ପଡ଼ିଲେ ଏମାନଙ୍କ ବିରୋଧରେ ଲୁକ୍ ଆଉଟ […]

Rakesh Mallick
  • Published: Tuesday, 12 September 2017
  • , Updated: 12 September 2017, 08:08 AM IST

ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ମାଣାଧୀନ ବମିଖାଲ  ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାରେ ନିର୍ମାଣକାରୀ ସଂସ୍ଥା ‘ପଣ୍ଡା ଇନ୍‌ଫ୍ରା’ର ମୁଖ୍ୟ ପ୍ରତାପ ପଣ୍ଡାଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲିସ। ଗତକାଲି ପ୍ରତାପ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗରିଫ କରିଥିଲା। ସେପଟେ କମ୍ପାନିର ଅନ୍ୟତମ ଦୁଇ ବୋର୍ଡ ଡାଇରେକ୍ଟର ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡା ଏବେ ବି ଫେରାର୍ ଅଛନ୍ତି। ସେମାନଙ୍କୁ ପୋଲସି ଖୋଜୁଛି। ଆବଶ୍ୟକ ପଡ଼ିଲେ ଏମାନଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି କରାଯିବ ବୋଲି ପୋଲିସ କମିଶନର କହିଛନ୍ତି।
ବ୍ରିଜ୍ ଟ୍ରାଜେଡି ପରେ ଏଇ ତିନି ଜଣଙ୍କ ବିରୋଧରେ ୩୦୪, ୩୩୮ ଓ ୩୪ ଆଇପିସିରେ ସଙ୍ଗୀନ ଦଫା ଲଗାଇଛି ପୋଲିସ୍।

ଏହି ଘଟଣାରେ ଡେପୁଟି ଏକ୍‌କିକ୍ୟୁଟିଭ୍ ଇଞ୍ଜନିୟର ବଂଶୀଧର ପ୍ରହରାଜଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି। ନିଲମ୍ବିତ ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ରାଉତଙ୍କୁ ଖୋଜୁଛି ପୋଲିସ। ଅନ୍ୟଜଣେ ନିର୍ବାହୀ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କୁ ମଧ୍ୟ ସରକାର ସସ୍ପପେଣ୍ଡ୍‌ କରିଛନ୍ତି।

Related story