ଆଜି ଆଗତ ହେବ ଓଡ଼ିଶା ଜିଏସ୍‌ଟି ବିଲ୍‌ ୨୦୧୭

ଭୁବନେଶ୍ୱର: ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବାକୁ ଯାଉଛି ଓଡିଶା ଜିଏସ୍‌ଟି ବିଲ୍। ଏହା ପୂର୍ବରୁ ଗତକାଲି ବିଧାୟକମାନଙ୍କୁ ନେଇ ଏକ କର୍ମଶାଳା ହୋଇଥିଲା। ରାଜ୍ୟ ଅର୍ଥ ସଚିବ ଓ କେନ୍ଦ୍ରରୁ ଆସିଥିବା ବିଶେଷଜ୍ଞମାନେ ଯୋଗଦେଇ ଜିଏସ୍‌ଟି କଣ, ଏହା ଦ୍ୱାରା ରାଜ୍ୟର କଣ ଲାଭ ହେବ, ଜିଏସ୍‌ଟି ଲାଗୁ ହେଲେ ଡିଲର୍ ଓ ଖାଉଟିଙ୍କ ଉପରେ କଣ ପ୍ରଭାବ ପଡ଼ିବ ସେନେଇ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜିଏସ୍‌ଟି କାର୍ଯ୍ୟକାରୀ ହେଲେ ରାଜ୍ୟର କେତେ କ୍ଷତି […]

Assembly

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 07:59 AM IST

ଭୁବନେଶ୍ୱର: ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବାକୁ ଯାଉଛି ଓଡିଶା ଜିଏସ୍‌ଟି ବିଲ୍। ଏହା ପୂର୍ବରୁ ଗତକାଲି ବିଧାୟକମାନଙ୍କୁ ନେଇ ଏକ କର୍ମଶାଳା ହୋଇଥିଲା। ରାଜ୍ୟ ଅର୍ଥ ସଚିବ ଓ କେନ୍ଦ୍ରରୁ ଆସିଥିବା ବିଶେଷଜ୍ଞମାନେ ଯୋଗଦେଇ ଜିଏସ୍‌ଟି କଣ, ଏହା ଦ୍ୱାରା ରାଜ୍ୟର କଣ ଲାଭ ହେବ, ଜିଏସ୍‌ଟି ଲାଗୁ ହେଲେ ଡିଲର୍ ଓ ଖାଉଟିଙ୍କ ଉପରେ କଣ ପ୍ରଭାବ ପଡ଼ିବ ସେନେଇ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

ଜିଏସ୍‌ଟି କାର୍ଯ୍ୟକାରୀ ହେଲେ ରାଜ୍ୟର କେତେ କ୍ଷତି ହେବ ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇନି। କେନ୍ଦ୍ର ଆଶ୍ୱାସନା ଦେଇଛି ଏହାଦ୍ୱାରା ରାଜ୍ୟର ରାଜସ୍ୱ କମିବ ନାହିଁ। ଯଦି କ୍ଷତି ହେବ ତାହାହେଲେ ଆଇନ ଅନୁସାରେ ୫ ବର୍ଷ ଯାଏଁ କେନ୍ଦ୍ର କ୍ଷତିପୂରଣ ଦେବ। ଟ୍ୟାକ୍ସ ଆଦାୟରେ ଯଦି ରାଜ୍ୟର କ୍ଷତି ହୁଏ ତେବେ ୧୪ ପ୍ରତିଶତ ଅଧିକ ଟ୍ୟାକ୍ସ ଭରଣା କରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ,“ଆସନ୍ତାକାଲି ବିଧାନସଭାରେ ଜିଏସ୍‌ଟି ବିଲ୍ ଆସିବ। ବିଧାୟକମାନଙ୍କୁ ଏ ସଂପର୍କରେ ଜାଣିବା ପାଇଁ ଏହା ଏକ ସୁଯୋଗ।”

ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ କହିଥିଲେ,“ଜିଏସ୍‌ଟି ଲାଗୁ ହେଲେ କେତେ କ୍ଷତିହେବ ତାହା ଆକଳନ କରିବା କଷ୍ଟକର। ଟାକ୍ସ ଆଦାୟରେ ଯଦି ରାଜ୍ୟର କ୍ଷତି ହୁଏ ତାହାହେଲେ ଜିଏସ୍‌ଟି କମ୍ପେନ୍‌ସେସନ୍‌ ଫଣ୍ଡରୁ ଏହାକୁ ଭରଣା କରାଯିବ।”

ରାଜ୍ୟ ଜିଏସ୍‌ଟି ବିଲ୍ ବିଧାନସଭାରେ ଆସିବାକୁ ଥିବାବେଳେ ବିଧାୟକମାନଙ୍କୁ ବିଲ୍‌ର ନକଲ ଦିଆଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ନେତା।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ଆସନ୍ତାକାଲି ଜିଏସ୍‌ଟି ବିଲ୍‌ ବିଧାନସଭାରେ ଆସିବ। ମାତ୍ର ଏପର୍ଯ୍ୟନ୍ତ ବିଧାୟକଙ୍କ ପାଖକୁ ବିଲ୍‌ର ନକଲ ଆସିନାହିଁ। ତେଣୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଯାହା ଆବଶ୍ୟକ ତାହା ଉପରେ କଣ ଆଲୋଚନା ହେବ ତାହା ଜଣାପଡ଼ୁନି।”

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ କହିଥିଲେ,“ଏକକ ଟିକସ ଲାଗୁ ହେଲେ ସମଗ୍ର ଦେଶରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ସମାନ ରହିବ। ରାଜ୍ୟକୁ ନିଶ୍ଚିତ ଲାଭ ମିଳିବ।”

Related story