ଆଜି ଓଡ଼ିଶା ଆସୁଛନ୍ତି କୋବିନ୍ଦ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ। କୋବିନ୍ଦଙ୍କୁ ବିଜେଡି ସମର୍ଥନ ଦେଉଥିବା ନେଇ ପୂର୍ବରୁ ଘୋଷଣା କରିଛି। ତେଣୁ ସମର୍ଥନ ପାଇଁ ନବୀନଙ୍କୁ ଧନ୍ୟବାଦ ଦେବେ କୋବିନ୍ଦ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଦଳର ମନ୍ତ୍ରୀ ପରିଷଦ, ବିଧାୟକ ଓ ସାଂସଦଙ୍କୁ ସେ ଭେଟିବେ। ରାମନାଥଙ୍କୁ ବିଜେଡି ସମର୍ଥନ କରିବା ନେଇ ଘୋଷଣା କରିଥିଲେ ବି ରାମନାଥ ଭେଟିବା ବେଳେ ବିଜେିପ ବିଧାୟକଙ୍କ ସହ ଏକାଠି ବସିବେ ନାହିଁ। ବିଧାନସଭାରେ […]

kovinda

Rakesh Mallick
  • Published: Friday, 14 July 2017
  • , Updated: 14 July 2017, 07:32 AM IST

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ। କୋବିନ୍ଦଙ୍କୁ ବିଜେଡି ସମର୍ଥନ ଦେଉଥିବା ନେଇ ପୂର୍ବରୁ ଘୋଷଣା କରିଛି। ତେଣୁ ସମର୍ଥନ ପାଇଁ ନବୀନଙ୍କୁ ଧନ୍ୟବାଦ ଦେବେ କୋବିନ୍ଦ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଦଳର ମନ୍ତ୍ରୀ ପରିଷଦ, ବିଧାୟକ ଓ ସାଂସଦଙ୍କୁ ସେ ଭେଟିବେ।

ରାମନାଥଙ୍କୁ ବିଜେଡି ସମର୍ଥନ କରିବା ନେଇ ଘୋଷଣା କରିଥିଲେ ବି ରାମନାଥ ଭେଟିବା ବେଳେ ବିଜେିପ ବିଧାୟକଙ୍କ ସହ ଏକାଠି ବସିବେ ନାହିଁ। ବିଧାନସଭାରେ ବିଜେଡି ବିଧାୟକଙ୍କୁ ଭେଟିବେ ରାମନାଥ। ତେବେ ବିଜେପି ବିଧାୟକଦଳ ନେତା କେ. ଭି ସିଂହଦେଓଙ୍କ ଘରେ ବିଜେପି ବିଧାୟକଙ୍କ ସହ ତାଙ୍କର ସାକ୍ଷାତ ହେବ।

ନବୀନ ନିବାସରେ କୋବିନ୍ଦ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି।

Related story