କାଲି ସ୍ନାନଯାତ୍ରା ଦେଖିବାକୁ ପୁରୀ ଯାଉଛନ୍ତି କି?, ଜାଣି ନିଅନ୍ତୁ କେତେବେଳେ କ’ଣ?

ପୁରୀ: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ସମସ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇ ନୀତିକାନ୍ତି ସଠିକ୍ ସମୟରେ କରାଯିବା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ। ପହଣ୍ଡି ସମୟରେ କୌଣସି ଭକ୍ତ ଯେପରି ଶ୍ରୀଜୀଉଙ୍କୁ ସ୍ପର୍ଶ କରିବେ ନାହିଁ ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯିବ। ସ୍ନାନ ପୂର୍ଣ୍ଣିମାରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁରୁବାର ପ୍ରାତଃ ସାଢେ ୪ଟାରେ ମଙ୍ଗଳାର୍ପଣ, […]

jagannatha

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 05:08 PM IST

ପୁରୀ: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ସମସ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇ ନୀତିକାନ୍ତି ସଠିକ୍ ସମୟରେ କରାଯିବା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ। ପହଣ୍ଡି ସମୟରେ କୌଣସି ଭକ୍ତ ଯେପରି ଶ୍ରୀଜୀଉଙ୍କୁ ସ୍ପର୍ଶ କରିବେ ନାହିଁ ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯିବ। ସ୍ନାନ ପୂର୍ଣ୍ଣିମାରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗୁରୁବାର ପ୍ରାତଃ ସାଢେ ୪ଟାରେ ମଙ୍ଗଳାର୍ପଣ, ପ୍ରାତଃ ୫ଟାରୁ ୭ଟା ପର୍ଯ୍ୟନ୍ତ ଡୋରଲାଗି ଓ ପୁଷ୍ପଞ୍ଜଳୀ ହୋଇ ପହଣ୍ଡି ଆରମ୍ଭ, ସକାଳ ସାଢ଼େ ୭ଟାରେ ମଙ୍ଗଳଆଳତି, ସକାଳ ୭ଟା ୪୦ ମିନିଟ୍‌ ମଇଲମ, ସକାଳ ୮ଟାରେ ତଡପଲାଗି, ସାଢ଼େ ୮ଟାରେ ଅଧରପୋଛା, ସକାଳ ୯ଟାରେ ଅବକାଶ, ସକାଳ ସାଢ଼େ ୯ଟାରେ ବେଶ ଶେଷ, ସକାଳ ୯.୪୦ ମିନିଟ୍‌ରେ ରୋଷହୋମ, ସକାଳ ୧୦ଟାରେ ସୂର୍ଯ୍ୟପୂଜା, ସକାଳ ୧୦.୧୦ ମିନିଟ୍‌ରେ ଦ୍ୱାରପାଳ ପୂଜା ହେବ। ସକାଳ ସାଢ଼ ୧୦ରୁ ସାଢ଼େ ୧୨ ଟା ପର୍ଯ୍ୟନ୍ତ ଜଳବିଜେ, ପୂଜା ଓ ସ୍ନାନ ସମ୍ପନ୍ନ ହେବ।

ସେହିପରି ଦିନ ୧ଟା ବେଳେ ମଇଲମ ଓ ମେକାପ ସର୍ବାଙ୍ଗ ନୂଆଲୁଗା ଲାଗି ବେଶ, ଅପରାହ୍ନ ୧.୪୫ରେ ଛେରା ପହଁରା, ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ହାତୀ ବେଶ, ଅପରାହ୍ନ ୪.୧୫ ମିନିଟ୍‌ରେ ମହନ୍ତ ଶାଢ଼ୀବନ୍ଧା, ଅପରାହ୍ନ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଘଣ୍ଟଛଡ଼ା ସକାଳଧୂପ, ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ସାହାଣମେଲା, ରାତି ୧୦ଟାରେ ପୁଷ୍ପାଞ୍ଜଳୀ ଓ ଡୋରଲାଗି ହେବ।

ସେହିପରି ରାତି ସାଢ଼େ ୧୦ଟାରୁ ରାତି ସାଢ଼େ ୧ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି, ରାତି ୨ଟାରେ ସୁନାଚିତା ଓ ରାହୁରେଖା ମଇଲମ ସମ୍ପନ୍ନ ହେବ।

Related story