ଆସନ୍ତାକାଲି ଶପଥ ନେବେ କୋବିନ୍ଦ : ସାଥୀ ହୋଇ ଆସିବେ ସାଥୀ ହୋଇ ଯିବେ...ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ରାମନାଥ କୋବିନ୍ଦ।  ସେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ସୋମବାର ସଂସଦ ଭବନ ପରିସରରେ ଥିବା ସେଣ୍ଟ୍ରାଲ ହଲରେ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇବେ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟସଭା ଅଧ୍ୟକ୍ଷ ହମିଦ ଅନସାରୀ, ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଭାବେ ଶପଥ […]

ram-nath-kovind22-3

Rakesh Mallick
  • Published: Monday, 24 July 2017
  • , Updated: 25 July 2017, 03:32 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ରାମନାଥ କୋବିନ୍ଦ।  ସେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ସୋମବାର ସଂସଦ ଭବନ ପରିସରରେ ଥିବା ସେଣ୍ଟ୍ରାଲ ହଲରେ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇବେ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟସଭା ଅଧ୍ୟକ୍ଷ ହମିଦ ଅନସାରୀ, ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରିବେ।  କେ. ଆର. ନାରାୟଣନଙ୍କ ପରେ ସେ ହେବାକୁ ଯାଉଛନ୍ତି ଦେଶର ଦ୍ୱିତୀୟ ଦଳିତ ରାଷ୍ଟ୍ରପତି।

ଆସନ୍ତାକାଲିର କାର୍ଯ୍ୟକ୍ରମ-

- ଦିନ ୧୨ଟା ୧୫ରେ ସଂସଦର ସେଣ୍ଟ୍ରାଲ ହଲରେ ଆରମ୍ଭ ହେବ ଉତ୍ସବ

-ଏହା ପୂର୍ବରୁ ବିଧି ଅନୁଯାୟୀ ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେନା ବଳୟରେ ସସମ୍ମାନେ ରାଷ୍ଟ୍ରପତି ଭବନକୁ ଯିବେ

-ସେଠି ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିବେ

-ପରେ ଉଭୟଙ୍କୁ ପ୍ରସେସନ ମାଧ୍ୟମରେ ସଂସଦ ଭବନକୁ ପାଛୋଟି ଅଣାଯିବ

-ସେଠାରେ ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ଏବଂ ରାଜ୍ୟ ସଭା ଅଧ୍ୟକ୍ଷ ହମିଦ ଅନସାରୀ ସ୍ୱାଗତ କରିବେ

- ପରେ କୋବିନ୍ଦଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ପଦ ଗୋପନୀୟତାର ଶପଥ ପାଠ କରାଇବେ

-ପରେ ଭାରତୀୟ ସେନା ପକ୍ଷରୁ ନୂତନ ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଇ ୨୧ଟି ତୋପ ସଲାମି ଦିଆଯିବ

-ପରେ କୋବିନ୍ଦ ସଂସଦରେ ଅଭିଭାଷଣ  ରଖିବେ। ପରେ ଉଭୟଙ୍କୁ ଗାର୍ଡ଼ ଅଫ ଅନର ଦିଆଯିବ

-ପରେ ଉଭୟେ ପ୍ରଣବ ଏବଂ କୋବିନ୍ଦ ରାଇସିନାକୁ ଫେରିବେ

-ପରେ ସମ୍ମାନ ଏବଂ ଶ୍ରଦ୍ଧାପୂର୍ବକ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ନୂଆ ବାସଭବନ ୧୦,ରାଜାଜି ମାର୍ଗକୁ ଛାଡ଼ିବାକୁ ଆସିବେ କୋବିନ୍ଦ। ଯେଉଁଠି ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ରହୁଥିଲେ।

-ଏହି ୧୦,ରାଜାଜି ମାର୍ଗ  ହେବ ପ୍ରଣବଙ୍କ ଶେଷ ଠିକଣା

Related story