ତୀର୍ଥଯାତ୍ରା ହେଲା ଶେଷଯାତ୍ରା; ଟ୍ରକ୍‌ ଧକ୍କାରେ ଚାଲିଗଲା ପ୍ରାଣ

ସୋର: ବାଲେଶ୍ୱର ଜିଲ୍ଲା ୫ନମ୍ବର ଜାତୀୟ ରାଜପଥ ମଇତାପୁର ମହାନ୍ତିପୋଖରୀ ଛକ ନିକଟରେ ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଟ୍ରକ।  ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଏଲଏନ୍‌ ନାଇଡୁ। ଆହତମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାତ୍ରୀମାନେ କାଶୀ ହାୱଡାରୁ ଫେରି ବିଜୟନଗରମ୍ ଯାଉଥିଲେ।  ବିଳମ୍ବିତ ରାତିରେ ବସ୍‌ ଖରାପ ହୋଇଯିବାରୁ ଯାତ୍ରୀମାନେ ବସ୍‌ରେ ଶୋଇ ପଡିଥିଲେ।  କିନ୍ତୁ ରାତି ୩ଟାରେ ଏକ ଟ୍ରକ ଯାତ୍ରୀ ବସକୁ […]

bus

Rakesh Mallick
  • Published: Saturday, 27 May 2017
  • , Updated: 27 May 2017, 07:40 AM IST

ସୋର: ବାଲେଶ୍ୱର ଜିଲ୍ଲା ୫ନମ୍ବର ଜାତୀୟ ରାଜପଥ ମଇତାପୁର ମହାନ୍ତିପୋଖରୀ ଛକ ନିକଟରେ ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଟ୍ରକ।  ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଏଲଏନ୍‌ ନାଇଡୁ। ଆହତମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଯାତ୍ରୀମାନେ କାଶୀ ହାୱଡାରୁ ଫେରି ବିଜୟନଗରମ୍ ଯାଉଥିଲେ।  ବିଳମ୍ବିତ ରାତିରେ ବସ୍‌ ଖରାପ ହୋଇଯିବାରୁ ଯାତ୍ରୀମାନେ ବସ୍‌ରେ ଶୋଇ ପଡିଥିଲେ।  କିନ୍ତୁ ରାତି ୩ଟାରେ ଏକ ଟ୍ରକ ଯାତ୍ରୀ ବସକୁ ଧକ୍କା ଦେଇଥିଲା।

ବସ୍‌ରେ ଆନ୍ଧ୍ରପ୍ରଦେଶର ୨୭ଜଣ ଯାତ୍ରୀ ଥିଲେ।  ଟ୍ରକ୍‌ ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି।

Related story