ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରୁ ଜବରଦଖଲ ହଟାଇବାକୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଝିଇଁଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରୁ ଜବରଦଖଲ ହଟାବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ବାଲିଅନ୍ତା ତହସିଲଦାରଙ୍କ ନେତୃତ୍ୱରେ ଆଜି ମାପଚୁପ କରାଯାଇଛି। ସେହିପରି ଆଶ୍ରମରେ ହୋଇଥିବା ବେଆଇନ ନିର୍ମାଣକୁ ନେଇ ତଦନ୍ତ ଆରମ୍ଭ କରିଛି ବିଡିଏ। ଅନ୍ୟପକ୍ଷରେ ଓଡ଼ିଶାରେ ଥିବା ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଟ୍ରଷ୍ଟ ସହ ଏହାର କୌଣସି ସମ୍ପର୍କ ନ ଥିବା ମୁମ୍ୱାଇ ଉପକଣ୍ଠରେ ଥିବା ତ୍ରାହି ଅଚ୍ୟୁତ ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବାଲିଅନ୍ତା […]

sura ashrama

sura ashrama

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 02:14 PM IST

Sports

Latest News

sura ashramaଭୁବନେଶ୍ୱର: ଝିଇଁଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ପରିସରରୁ ଜବରଦଖଲ ହଟାବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ବାଲିଅନ୍ତା ତହସିଲଦାରଙ୍କ ନେତୃତ୍ୱରେ ଆଜି ମାପଚୁପ କରାଯାଇଛି। ସେହିପରି ଆଶ୍ରମରେ ହୋଇଥିବା ବେଆଇନ ନିର୍ମାଣକୁ ନେଇ ତଦନ୍ତ ଆରମ୍ଭ କରିଛି ବିଡିଏ। ଅନ୍ୟପକ୍ଷରେ ଓଡ଼ିଶାରେ ଥିବା ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଟ୍ରଷ୍ଟ ସହ ଏହାର କୌଣସି ସମ୍ପର୍କ ନ ଥିବା ମୁମ୍ୱାଇ ଉପକଣ୍ଠରେ ଥିବା ତ୍ରାହି ଅଚ୍ୟୁତ ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ବାଲିଅନ୍ତା ତହସିଲଦାରଙ୍କ ନେତୃତ୍ୱରେ ଝିଇଁଟି ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମାପଚୁପ କରାଯାଉଛି । ଏଠାରେ କେତେ ସରକାରୀ ଜମି ଜବରଦଖଲ ହୋଇଛି ତାହା ଜାଣିବା ଲାଗି ପ୍ରଶାସନ ମାପଚୁପ କରିଛି। ଏହାପରେ ଆଶ୍ରମ ପରିସରରୁ ଜବରଦଖଲ ଉଚ୍ଛେଦ କରାଯିବ। ୩ଟି ପ୍ଲଟର ୫୦୦ ଡିସିମିଲ ଜାଗାକୁ ଆଶ୍ରମ ପକ୍ଷରୁ ଜବରଦଖଲ କରାଯାଇଥିବା ଅଭିଯୋଗ ରହିଛି। ସେପଟେ ଆଶ୍ରମରେ ହୋଇଥିବା ବେଆଇନ୍ ନିର୍ମାଣର ତଦନ୍ତ ଆରମ୍ଭ କରିଛି ବିଡିଏ। ଏହି ଅଞ୍ଚଳ ୨୦୧୧ରେ ବିଡିଏ ପରିସରଭୁକ୍ତ ହୋଇଥିଲେ ମଧ୍ୟ  ଆଶ୍ରମରେ ହୋଇଥିବା ନିର୍ମାଣ ଲାଗି ଅନୁମତି ନିଆଯାଇ ନ ଥିବା ବିଡିଏ ପକ୍ଷରୁ କୁହାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଏ ସଚିବ କହିଛନ୍ତି।sura ashrama

ସେପଟେ ମୁମ୍ୱାଇ ଉପକଣ୍ଠରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ପହଞ୍ଚି ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ତେବେ ଓଡ଼ିଶାରେ ଥିବା ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଟ୍ରଷ୍ଟ ସହ ଏହାର କୌଣସି ସମ୍ପର୍କ ନ ଥିବା ମୁମ୍ୱାଇ ତ୍ରାହି ଅଚ୍ୟୁତ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଟ୍ରଷ୍ଟ ଦେଇଥିବା ସ୍ପଷ୍ଟୀକରଣ ଅନୁସାରେ ସାଢେ ୭ ଏକର ଜମିରେ ଆଶ୍ରମ ନିର୍ମାଣ ହୋଇଛି ଏହି ଆଶ୍ରମ। ପ୍ରାୟ ୬୦ ଜଣ ଲୋକଙ୍କ ଦାନ ଅର୍ଥରେ ଏହି ଜମି କିଣାଯାଇଛି। ବମ୍ୱେ ପବ୍ଲିକ ଟ୍ରଷ୍ଟ ଆକ୍ଟ-୧୯୫୦ ଅନୁସାରେ ତ୍ରାହି ଅଚ୍ୟୁତ ଟ୍ରଷ୍ଟ ରେଜିଷ୍ଟ୍ରିଭୁକ୍ତ ହୋଇଛି। ସାଢେ଼ ୭ ଏକର ଜମିରୁ ଟ୍ରଷ୍ଟ ନାଁରେ ଦେଢ଼ ଏକର ଜମି ରହିଛି। ଅବଶିଷ୍ଟ ୬ ଏକର ଜମି ପ୍ରସ୍ତାବିତ ତ୍ରାହି ଅଚ୍ୟୁତ କୋ-ଅପରେଟିଭ ହାଉସିଂ ସୋସାଇଟି ନାଁରେ ରହିଛି। ତେବେ ସୋସାଇଟିକୁ ରେଜିଷ୍ଟ୍ରିଭୁକ୍ତ କରିବା ଲାଗି ଆବେଦନ ହୋଇଥିଲେ ମଧ୍ୟ କେତେକ ଆଇନଗତ କାରଣରୁ ଏହା ଖାରଜ ହୋଇଯାଇଥିବା କୁହାଯାଇଛି। ତ୍ରାହି ଅଚ୍ୟୁତ ଟ୍ରଷ୍ଟର ଭକ୍ତମାନଙ୍କୁ ଯେପରି ବିଭିନ୍ନ ପର୍ବପର୍ବାଣୀ ସମୟରେ ଓଡ଼ିଶା ଯିବାକୁ ନ ପଡ଼ିବ କେବଳ ସେଇ ଲକ୍ଷ୍ୟରେ ଏହି ଟ୍ରଷ୍ଟ ଗଢ଼ାଯାଇଛି। ୧୩ ବର୍ଷ ଧରି ଟ୍ରଷ୍ଟ ଜନ୍ମାଷ୍ଟମୀ, ଗରୁଡ଼ ଦ୍ୱାଦଶୀ ଭଳି କାର୍ଯ୍ୟକ୍ରମ କରିଆସୁଛି। ଅନ୍ୟପକ୍ଷରେ ସମାଜସେବା କାର୍ଯ୍ୟ ପାଇଁ ଜମି କିଣାଯାଇଥିଲେ ମଧ୍ୟ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏଠାରେ ନିର୍ମାଣ କାର୍ଯ୍ୟ ହୋଇପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story