ଶୋଇବାବେଳେ ପାଟିରୁ ଲାଳ ଗଡୁଛି କି ? ଜାଣନ୍ତୁ  ଏହାର ପ୍ରତିକାର

ଅନେକଙ୍କର ଏମିତି ଅଭ୍ୟାସ ଥିବାର ଦେଖିବାକୁ ମିଳେ। ଶୋଇଲା ବେଳେ ପାଟିରୁ ଅନେକ ସମୟରେ ଲାଳ ଗଡେ । ଅନ୍ୟ କିଏ ଏହା ଦେଖିଲେ ନିଜକୁ ସଂକୋଚ ଲାଗେ। ଯଦି ଆପଣଙ୍କର ବି ଶୋଇବା ସମୟରେ ଏମିତି ଲାଳ ଗଡୁଛି, ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏହାର ମଧ୍ୟ ପ୍ରତିକାର ଅଛି। ୧ -ଡେରିରେ ହଜମ ହେଉଥିବା ଖାଦ୍ୟଠାରୁ ଦୁରେଇ ରହିବା ସହ ସବୁବେଳେ ପେଟ ସଫା ରଖିବା ଉଚିତ୍। ୨- ଲାଳ ଗଡିବାକୁ ବନ୍ଦ […]

devojka-spava-600x399

devojka-spava-600x399

Rakesh Mallick
  • Published: Monday, 09 April 2018
  • Updated: 09 April 2018, 09:18 PM IST

Sports

Latest News

ଅନେକଙ୍କର ଏମିତି ଅଭ୍ୟାସ ଥିବାର ଦେଖିବାକୁ ମିଳେ। ଶୋଇଲା ବେଳେ ପାଟିରୁ ଅନେକ ସମୟରେ ଲାଳ ଗଡେ । ଅନ୍ୟ କିଏ ଏହା ଦେଖିଲେ ନିଜକୁ ସଂକୋଚ ଲାଗେ। ଯଦି ଆପଣଙ୍କର ବି ଶୋଇବା ସମୟରେ ଏମିତି ଲାଳ ଗଡୁଛି, ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏହାର ମଧ୍ୟ ପ୍ରତିକାର ଅଛି।

୧ -ଡେରିରେ ହଜମ ହେଉଥିବା ଖାଦ୍ୟଠାରୁ ଦୁରେଇ ରହିବା ସହ ସବୁବେଳେ ପେଟ ସଫା ରଖିବା ଉଚିତ୍।

୨- ଲାଳ ଗଡିବାକୁ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତୁଳସୀ ପତ୍ର । ୩ଟି ତୁଳସୀ ପତ୍ର ସହ ଖାଇବାପରେ ଅଳ୍ପ ପାଣି ପିଅନ୍ତୁ । ଏପରି ଭାବରେ ଦିନକୁ ୩-୪ ଥର କରିବା ଦ୍ୱାରା ଲାଳରୁ ମୁକ୍ତି ମିଳିଥାଏ।

୩ – ଫିଟିକିରିକୁ ପାଣିରେ ମିଶାଇ ଏହି ପାଣିରେ କୁଳି କରନ୍ତୁ। ଏପରି ନିୟମିତ କଲେ ଲାଳରୁ ମୁକ୍ତି ମିଳିଥାଏ ।

୪ – ଡାଳିଚିନି ଚା’ ମଧ୍ୟ ଲାଳରୁ ମୁକ୍ତି ଦେଇଥାଏ। ଏହା ସହ ଡାଳିଚିନିକୁ ପାଣିରେ ମିଶାଇ ଭଲ ଭାବରେ ଫୁଟାନ୍ତୁ । ତାପରେ ଏହି ପାଣିକୁ ଛାଣି ଥଣ୍ଡା କରି ସେଥିରେ ମହୁ ମିଶାଇ ପିଅନ୍ତୁ ।

5 – ବାହାରୁଥିବା ଲାଳ ପାଇଁ ଲାଭଦାୟକ ହେଉଛି ଅଁଳା । ଖାଇବା ପରେ ନଖ ଉଷୁମ ପାଣି ସହ ଅଁଳା ପାଉଡର ଖାଆନ୍ତୁ। ଏପରି କରିବା ଦ୍ୱାରା ଲାଳରୁ ତ ମୁକ୍ତି ମିଳିଥାଏ ଏହା ସହ ଏସିଡିଟିରୁ ମଧ୍ୟ ଆରାମ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos