ପ୍ରଭାତଙ୍କ ମାମଲା କୋଲକାତା ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ ମାମଲାରେ ଫସିଥିବା ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧ ଓଡ଼ିଶା ହାଇକୋର୍ଟରେ ଚାଲିଥିବା ମାମଲକୁ କୋଲକାତା ହାଇର୍କୋକୁ ସ୍ଥାନାନ୍ତର ପାଇଁ ଆଜି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ମାମଲା ପ୍ରଭାବିତ ହେବା ଆଶଙ୍କା କରି କଟକର ଅକ୍ଷୟ କୁମାର ପଣ୍ଡା ଓ ସୁଧାଂଶୁ ସେଖର ପରିଡ଼ା ନାମକ ଦୁଇ ଜଣ ସମାଜସେବୀ ଏହି ଆବେଦନ କରିଛନ୍ତି। ଯାହାଦ୍ୱାରା ମାମଲା ଠିକ୍‌ ଭାବେ ପରିଚାଳିତ ହୋଇପାରିବ। ସେପ୍ଟେମ୍ୱର […]

supreme-court_of_India

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 05:33 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ ମାମଲାରେ ଫସିଥିବା ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧ ଓଡ଼ିଶା ହାଇକୋର୍ଟରେ ଚାଲିଥିବା ମାମଲକୁ କୋଲକାତା ହାଇର୍କୋକୁ ସ୍ଥାନାନ୍ତର ପାଇଁ ଆଜି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ମାମଲା ପ୍ରଭାବିତ ହେବା ଆଶଙ୍କା କରି କଟକର ଅକ୍ଷୟ କୁମାର ପଣ୍ଡା ଓ ସୁଧାଂଶୁ ସେଖର ପରିଡ଼ା ନାମକ ଦୁଇ ଜଣ ସମାଜସେବୀ ଏହି ଆବେଦନ କରିଛନ୍ତି। ଯାହାଦ୍ୱାରା ମାମଲା ଠିକ୍‌ ଭାବେ ପରିଚାଳିତ ହୋଇପାରିବ।

ସେପ୍ଟେମ୍ୱର ୧୮ ତାରିଖ ବିଳମ୍ୱିତ ରାତିରେ କଟକ ସ୍ଥିତ ବାସଭବନରୁ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ। ତା’ପର ଦିନ ତାଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରିଥିଲା। ପୂର୍ବରୁ ପ୍ରଭାତଙ୍କୁ ଏକାଧିକ ଥର ସିବିଆଇ ଜେରା କରିଥିଲା। ଏହାସହ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ମଧ୍ୟ ସିବିଆଇ ନିକଟରେ ହାଜର ହୋଇଥିଲେ।

Related story