ମଙ୍ଗଳବାରଠାରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ। ଚଳିତ ଅଧିବେଶନ ପାଇଁ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମରୁଡ଼ି ଓ ଚାଷୀ ଆତ୍ମହତ୍ୟାଠାରୁ ଆରମ୍ଭ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ଚୟନରେ ଅନିୟମିତତା, ଶିକ୍ଷକଙ୍କ ସମସ୍ୟା ଓ ଆଇନଶୃଙ୍ଖଳା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିବ। ତେବେ ଫୋକସରେ ରହିବ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ଏକ ରକମ ନିଶ୍ଚିତ। […]

b

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 02:11 AM IST

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ। ଚଳିତ ଅଧିବେଶନ ପାଇଁ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମରୁଡ଼ି ଓ ଚାଷୀ ଆତ୍ମହତ୍ୟାଠାରୁ ଆରମ୍ଭ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀ ଚୟନରେ ଅନିୟମିତତା, ଶିକ୍ଷକଙ୍କ ସମସ୍ୟା ଓ ଆଇନଶୃଙ୍ଖଳା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିବ। ତେବେ ଫୋକସରେ ରହିବ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ଏକ ରକମ ନିଶ୍ଚିତ। କାରଣ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ଗୃହରେ ଜୋରଦାର ଢଙ୍ଗରେ ଉଠାଇବା ନେଇ ବିରୋଧୀ ସୂଚନା ଦେଇସାରିଛନ୍ତି। ରବିବାର ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ ହୋଇସାରିଛି। ଆଜି ବସିବାକୁ ଥିବା ବିଧାୟକ ଦଳ ବୈଠକରେ କଂଗ୍ରେସ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିବ। ଅନ୍ୟପକ୍ଷରେ ବିରୋଧୀଙ୍କ ମୁକାବିଲା ଲାଗି ଶାସକ ବିଜେଡି ମଧ୍ୟ ଆଜି ଏହାର ରଣନୀତି ପ୍ରସ୍ତୁତ କରିବ।

Related story