ଜୁଏଲଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣାରେ ୨ ଗିରଫ, ମୁଖ୍ୟ ଅଭିଯୁକ୍ତ ଜଣେ ବିଜେଡି ନେତା

କେନ୍ଦ୍ରାପଡ଼ା: ଆଳିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାରେ ଆଉ ୨ ଜଣ ଗିରଫ ହୋଇଛନ୍ତି। ଅଣ୍ଡାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେଡି ନେତା ଭୀଷ୍ମ ମହାନ୍ତିଙ୍କୁ ଆଳି ପୋଲିସ ଗିରଫ କରିଛି। ଭୀଷ୍ମ ମହାନ୍ତି ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ୱାମୀ। ଭୀଷ୍ମଙ୍କ ସହ ପୋଲିସ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭିଷ୍ମ କହିଛନ୍ତି-“ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିବାରୁ ମହାନଦୀ ଶୁଖିଲାଣି। […]

arrest

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 07:34 PM IST

କେନ୍ଦ୍ରାପଡ଼ା: ଆଳିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାରେ ଆଉ ୨ ଜଣ ଗିରଫ ହୋଇଛନ୍ତି। ଅଣ୍ଡାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେଡି ନେତା ଭୀଷ୍ମ ମହାନ୍ତିଙ୍କୁ ଆଳି ପୋଲିସ ଗିରଫ କରିଛି। ଭୀଷ୍ମ ମହାନ୍ତି ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ୱାମୀ। ଭୀଷ୍ମଙ୍କ ସହ ପୋଲିସ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଭିଷ୍ମ କହିଛନ୍ତି-“ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିବାରୁ ମହାନଦୀ ଶୁଖିଲାଣି। ଏପରିସ୍ଥଳେ ଜୁଏଲ ଓରାମଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ଏହାକୁ ଆମେ ବିରୋଧ କରୁଛୁ। ମହାନଦୀ ସମସ୍ୟା ସମାଧା ନହେଲେ ଆଗାମୀ ଦିନରେ ବିରୋଧ ମଧ୍ୟ କରାଯିବ। ଯେଉଁ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଆସିବେ ସେମାନଙ୍କ ଉପରେ ଅଣ୍ଡା ମାଡ଼ ହେବ।”

ଗିରଫ ଭୀଷ୍ମ ମହାନ୍ତି ସାଂସଦ ପ୍ରତାପ ଦେବଙ୍କ ଖାସ୍ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ସଭାସମିତି ଓ କାର୍ଯ୍ୟକ୍ରମରେ ପ୍ରତାପ ଦେବଙ୍କ ସହ ଥାଆନ୍ତି ଭୀଷ୍ମ। ଏବେ ଭୀଷ୍ମ ଗିରଫ ହେବା ପରେ ତାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ବିଜେଡି ଅଣ୍ଡା ମାଡ଼ କରୁଛି ସ୍ପଷ୍ଟ ହୋଇଛି ବୋଲି ବିଜେପି କହିଛି।

ଏହାର ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ବିଷ୍ଣୁ ମହାନ୍ତି ବିଜେଡି ସହିତ ଜଡ଼ିତ ଥିଲେ ଏହା ସତ୍ୟ। ତାକୁ ଆମେ ଅସ୍ୱୀକାର କରିନାହୁଁ। ମାତ୍ର ଯେଉଁ ସମୟରେ ଅଣ୍ଡା ମାଡ଼ ହେଲା ସେହି ସମୟରେ ମୁଁ ବିଦେଶରେ ଥିଲି। ତେବେ ମୋ’ ଉପରକୁ ଆକ୍ଷେପ କରିବା ବିଜେପିର ଏକ ରାଜନୈତିକ ଆକ୍ରୋସ ଛଡ଼ା ଅନ୍ୟ କିଛି ନୁହେଁ।”

Related story