ସ୍ୱାଇନ୍‌ ଫ୍ଲୁରେ ପୁଣି ଦୁଇ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ସ୍ୱାଇନ୍ ଫ୍ଲୁରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିସାଇ ରାଜ୍ୟରେ ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ପ୍ରଥମେ ଭୁବନେଶ୍ୱରରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ପରୀକ୍ଷା ହୋଇଥିବା ୨୪ଟି ନମୂନାରୁ ୧୩ଟି ପଜିଟିଭ୍ ଆସିଛି। ଏହା ଫଳରେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି। ସ୍ୱାଇନ୍‌ ଫ୍ଲୁର ମୁକାବିଲା ପାଇଁ ମେଡ଼ିକାଲ କଲେଜ ଓ ଜିଲ୍ଲା ସଦର ମୁହକୁମାର ମେଡ଼ିକାଲରେ ସ୍ୱତନ୍ତ୍ର […]

585979-swine-flu-062017

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 09:54 PM IST

ଭୁବନେଶ୍ୱର: ସ୍ୱାଇନ୍ ଫ୍ଲୁରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିସାଇ ରାଜ୍ୟରେ ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ପ୍ରଥମେ ଭୁବନେଶ୍ୱରରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ପରୀକ୍ଷା ହୋଇଥିବା ୨୪ଟି ନମୂନାରୁ ୧୩ଟି ପଜିଟିଭ୍ ଆସିଛି। ଏହା ଫଳରେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି।

ସ୍ୱାଇନ୍‌ ଫ୍ଲୁର ମୁକାବିଲା ପାଇଁ ମେଡ଼ିକାଲ କଲେଜ ଓ ଜିଲ୍ଲା ସଦର ମୁହକୁମାର ମେଡ଼ିକାଲରେ ସ୍ୱତନ୍ତ୍ର କକ୍ଷ ଖୋଲାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଡାକ୍ତର ମଧ୍ୟ ନିଯୁକ୍ତି ହୋଇଛନ୍ତି। ଏପରିକି ପର୍ଯ୍ୟାପ୍ତ ପରିମାଣରେ ଔଷଧ ମଧ୍ୟ ମହଜୁତ ରଖାଯାଇଛି ବୋଲି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିଲେ।

 

Related story