ପୁଣି ଏକ ମେଣ୍ଢାକୁ ମାରିଲା ଅଜଣା ଜନ୍ତୁ:ଗଣମାଧ୍ୟମ କ୍ୟାମେରାରେ କିଛି ସମୟ ଦେଖା ଦେଇ ଗାଏବ

Ordigital Desk
  • Published: Saturday, 01 July 2017
  • , Updated: 01 July 2017, 08:49 AM IST
<p>କଟକ: ନିଆଳିରେ ଥମୁନି ମେଣ୍ଡା ମଡ଼କ। ଗତକାଲି ରାତିରେ ପୁଣି ପୋଖରୀଗାଁ ଅଞ୍ଚଳରେ ଆଉ ଏକ ମେଣ୍ଢାର ମୃତ୍ୟୁ ଘଟିଛି। କାଲି ସଂଧ୍ୟାରେ ଖୁଲିତ ଗାଁ ଗହୀରରେ ଦୁଇଟି ଅଜଣା ଜୀବକୁ ଠାବ କରାଯାଇଥିଲା। ହେଲେ ସେମାନଙ୍କୁ ଧରା ଯାଇପାରିନାହିଁ। ଘରୋଇ ଟେଲିଭିଜନ୍ ଚ୍ୟାନେଲ୍ ଓଟିଭି କ୍ୟାମେରାରେ କଏଦ ହୋଇଥିଲା ସେହି ୨ ଜନ୍ତୁଙ୍କ ଏକ୍ସକ୍ଳୁସିଭ୍ ଭିଜୁଆଲ୍।</p> <p>ମେଣ୍ଢା ଶିକାର କରୁଥିବା ଅଜଣା ଜୀବ ସହ ଏହି ଦୁଇ ଜୀବର ସାମଞ୍ଜସ୍ୟ ଥିବା ଗାଁ ଲୋକେ କହିଛନ୍ତି। ଜନ୍ତୁ ୨ଟି ଦେଖିବାକୁ ବଣୁଆ କୁକୁର ଭଳି ଲାଞ୍ଜ ଛୋଟ ଓ ମୋଟା ବିଲୁଆର ଶରୀର ଠାରୁ ଏହାର ଶରୀର ଅଧିକ ଓଜନିଆ ଭଳି ଲାଗୁଛି। ଏହି ଜନ୍ତୁର ପାଦ ଚିହ୍ନ ବି ପୂର୍ବରୁ ମେଣ୍ଢା ଗୁହାଳ ନିକଟରୁ ମିଳିଥିବା ପାଦ ଚିହ୍ନ ସହ ପ୍ରାୟ ମିଶି ଯାଉଛି। ତେଣୁ ଏହି ଜନ୍ତୁ ମେଣ୍ଢାମାନଙ୍କୁ ଆକ୍ରମଣ କରୁ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଜନ୍ତୁ ୨ଟି ଖସି ଯାଇଥିବାରୁ ସେମାନଙ୍କୁ ଧରିବାକୁ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି।</p>

Related story