ଦିନକୁ ଦିନ ଲୋକଙ୍କ ମଧ୍ୟରେ ସୋସିଆଲ ମିଡିଆର ବ୍ୟବହାର ବଢ଼ିବାରେ ଲାଗିଛି। ଏହା ସମାଜ ପାଇଁ ଯେତିକି ଲାଭପ୍ରଦ ହେଉଛି ସେତିକି କ୍ଷତି ମଧ୍ୟ ହେଉଛି। ନିକଟରେ ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଆଇନ ପାସ୍ ହୋଇଛି। ଯେଉଁଥିରେ ଉଲ୍ଲେଖ ରହିଛି ସୋସିଆଲ ମିଡିଆ ବ୍ୟବହାର କଲେ ଲୋକଙ୍କୁ ଟ୍ୟାକ୍ସ ବା କର ଦେବାକୁ ପଡ଼ିବ।
ଏହି ଆଇନ ପାସ୍ ହେବା ପରେ ସେଠାକାର ନାଗରିକମାନେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଫେସ୍ବୁକ୍, ହ୍ୱାଟସ୍ସ ଆପ୍ ଓ ଟ୍ୱିଟର ପରି ସୋସିଆଲ ମିଡ଼ିଆ ବ୍ୟବହାର କଲେ ଏମିତିକି ପ୍ରତିଦିନ ସେମାନଙ୍କୁ ୩ଟଙ୍କା ୩୬ ପଇସା ଦେବାକୁ ପଡ଼ିବ।
ଏନେଇ ରାଷ୍ଟ୍ରପତି ୟୋଭରୀ ମୁସବେନୀ କହିଛନ୍ତି,“ ଏହି ଆଇନ ଲାଗୁ ହେବା ଦ୍ୱାରା ସୋସିଆଲ ମିଡିଆରେ ଗୁଜବ ଓ ଅଯଥା ବାର୍ତ୍ତାଳାପକୁ ଆମେ ଅଟକାଇ ପାରିବୁ।”
ଉଗାଣ୍ଡା ସଂସଦରେ ଏହି ବିଲ୍ ପାସ୍ ହୋଇସାରିଛି। ୧ ଜୁଲାଇ ଠାରୁ ଏହା କାର୍ଯ୍ୟକାରୀ ହେବ। ଏହି ଦେଶର ପ୍ରାୟ ୨୦ ଲକ୍ଷ ଲୋକ ସୋସିଆଲ ମିଡ଼ିଆରେ ସକ୍ରିୟ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।