ଉଗ୍ର ହେଉଛି ଲୁଲୁ-ସଞ୍ଜୟ ବିବାଦ

ଭୁବନେଶ୍ୱର: ଗୁରୁବାରଠାରୁ ପାଜେରା ଗାଡ଼ିକୁ ନେଇ ଆରମ୍ଭ ହୋଇଥିବା ତୁ ତୁ ମେଁ ମେଁ ଉଗ୍ର ରୂପ ନେବାରେ ଲାଗିଛି। ଆଜି ଲୁଲୁ ମହାପାତ୍ର ଉକ୍ତ ଗାଡ଼ି ନେଇ ଆଉ କିଛି ତଥ୍ୟ ପଦାକୁ ଆଣିଛନ୍ତି। ସେ ଆଜି ଗାଡ଼ି ନମ୍ବର ପ୍ରକାଶ କରିବା ସହ ୨୦୦୭ରୁ ୦୯ ପର୍ଯ୍ୟନ୍ତ ଏହି ଗାଡ଼ି ଜଣେ ନିଗମ ଅଧ୍ୟକ୍ଷ ଚଢୁଥିବା କହି ପୁଣି ଦାସବର୍ମାଙ୍କ ଆଡ଼କୁ ଇଙ୍ଗିତ କରିଛନ୍ତି। ତେବେ ଏହାର ଦୃଢ଼ ଜବାବ ଦାସବର୍ମା ଦେଇଛନ୍ତି। ମୁଁ […]

lulu-sanjaya

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 05:28 PM IST

ଭୁବନେଶ୍ୱର: ଗୁରୁବାରଠାରୁ ପାଜେରା ଗାଡ଼ିକୁ ନେଇ ଆରମ୍ଭ ହୋଇଥିବା ତୁ ତୁ ମେଁ ମେଁ ଉଗ୍ର ରୂପ ନେବାରେ ଲାଗିଛି। ଆଜି ଲୁଲୁ ମହାପାତ୍ର ଉକ୍ତ ଗାଡ଼ି ନେଇ ଆଉ କିଛି ତଥ୍ୟ ପଦାକୁ ଆଣିଛନ୍ତି। ସେ ଆଜି ଗାଡ଼ି ନମ୍ବର ପ୍ରକାଶ କରିବା ସହ ୨୦୦୭ରୁ ୦୯ ପର୍ଯ୍ୟନ୍ତ ଏହି ଗାଡ଼ି ଜଣେ ନିଗମ ଅଧ୍ୟକ୍ଷ ଚଢୁଥିବା କହି ପୁଣି ଦାସବର୍ମାଙ୍କ ଆଡ଼କୁ ଇଙ୍ଗିତ କରିଛନ୍ତି। ତେବେ ଏହାର ଦୃଢ଼ ଜବାବ ଦାସବର୍ମା ଦେଇଛନ୍ତି। ମୁଁ ନିଜ ଟଙ୍କାରେ ଗାଢି ଚଢୁଥିଲି, ମିଛ କହି ରାଜନୀତି କରାଯାଇ ନ ଥାଏ ବୋଲି ସେ କହିଛନ୍ତି।

ଗୁରୁବାର ସଞ୍ଜୟ ଦାସବର୍ମାଙ୍କ ନାଁ ନ ନେଇ ଲୁଲୁ ଏଟି ପକ୍ଷରୁ ତାଙ୍କୁ ଏକ ପାଜେରା ଗାଡି ଦିଆଯାଇଥିବା ଅଭିଯୋଗ ଆଣିଥିଲେ। ଏହାକୁ ପ୍ରମାଣ କରି ଦେଖାଇବାକୁ ଦାସବର୍ମା ଚ୍ୟାଲେଞ୍ଜ ଦେଇଥିଲେ। ଏହାକୁ ଗ୍ରହଣ କରି ଲୁଲୁ ଶୁକ୍ରବାର କହିଛନ୍ତି, “୨୦୦୭-୦୯ ମଧ୍ୟରେ ଜଣେ ନିଗମ ଅଧ୍ୟକ୍ଷ ସବୁଜ ରଙ୍ଗର ଏହି ପାଜେରା ଗାଡ଼ି ଚଢୁଥିଲେ। ଏହାର ନମ୍ବର ଥିଲା OR29-0001। ଏହାକୁ ସଚିବାଳୟ ପାସ୍‌ ମିଳିଥିଲା, ନାଲିବତି ବି ଲାଗିଥିଲା।”

ଖାଲି ସେତିକି ନୁହେଁ ବ୍ୟଙ୍ଗ କରି ଘରଭଙ୍ଗା ନିଗମ କହି ହାଉସିଂ ବୋର୍ଡ ନିଗମ ଆଡକୁ ଇଙ୍ଗିତ କରିଥିଲେ ଲୁଲୁ। ସୂଚନାଯୋଗ୍ୟ ୨୦୦୭ରୁ ୦୯ ପର୍ଯ୍ୟନ୍ତ ଦାସବର୍ମା ଏହି ନିଗମର ଅଧ୍ୟକ୍ଷ ଥିଲେ। ସେ ଗାଡ଼ି କିଏ ଚଢୁଥିଲା ସରକାର ତା’ର ଉତ୍ତର ରଖନ୍ତୁ ବୋଲି ଲୁଲୁ ଦାବି କରିଛନ୍ତି।

ସଞ୍ଜୟ ଦାସବର୍ମା କହିଛନ୍ତି, “ମୁଁ କାହା ପଇସାରେ ଗାଡି ଚଢେ ନାହିଁ, OR29-0001 ଗାଡି ମୁଁ କିଣିଥିଲି। ବଜୟା ବ୍ୟାଙ୍କରୁ ଋଣ କରି ଏହି ଗାଡି କିଣିଥିଲି। ଆବଶ୍ୟକ ହେଲେ ବିଜୟା ବ୍ୟାଙ୍କ ଓ ଆରଟିଓରୁ ଜାଣିପାରିବ। ପାଗଳ ପ୍ରଳାପର ଏକ ସୀମା ଅଛି। ସେ ବ୍ୟକ୍ତି ଜଣଙ୍କ ସୀମା ଲଙ୍ଘି ଯାଇଛନ୍ତି। ମିଛ କହି ରାଜନୀତି କରାଯାଇ ନ ଥାଏ।”

ଏପଟେ ଗାଡ଼ି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ଏଟି ଗ୍ରୁପ୍‌ ମାଲିକ ପ୍ରଦୀପ ସାଠୀ। ଆଜି କୋର୍ଟ ହାଜିରା ପରେ ପ୍ରଦୀପ କହିଛନ୍ତି, “ଏଟି ପକ୍ଷରୁ କିଛି ଲୋକଙ୍କୁ ଗାଡ଼ି ଦିଆଯାଇଥିଲା। ତେବେ ସଞ୍ଜୟ ଦାସବର୍ମାଙ୍କୁ ଗାଡ଼ି ଦିଆଯାଇଥିଲା କି ନାହିଁ ସେ ସମ୍ପର୍କରେ ସେ ଜାଣନ୍ତି ନାହିଁ ବୋଲି କହିଥିଲେ।”

Related story