୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇବା ଉପରେ ରାଜ୍ୟପାଳ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ରାଜ୍ୟପାଳ ଏସ୍‌ସି ଜମିର ଅଧ୍ୟକ୍ଷତା କରିଥିଲେ। ୧୫ ଜଣ କୁଳପତି, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ରାଜ୍ୟ ବୈଷୟିକ ଶିକ୍ଷା ସଚିବ ଓ ଉଚ୍ଚ ଶିକ୍ଷା ସଚିବ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉଚ୍ଚଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି, ଖାଲି ପଡିଥିବା ପଦବୀ ପୂରଣ, ଶିକ୍ଷା କ୍ଷେତ୍ରରେ ଗବେଷଣା, ଭିତ୍ତିଭୂମି ସୁଦୃଢ଼ ଓ କ୍ୟାମ୍ପସରେ […]

governer

Rakesh Mallick
  • Published: Thursday, 24 November 2016
  • , Updated: 24 November 2016, 09:50 PM IST

ଭୁବନେଶ୍ୱର: ଓଡ଼ିଶାର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ରାଜ୍ୟପାଳ ଏସ୍‌ସି ଜମିର ଅଧ୍ୟକ୍ଷତା କରିଥିଲେ। ୧୫ ଜଣ କୁଳପତି, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ରାଜ୍ୟ ବୈଷୟିକ ଶିକ୍ଷା ସଚିବ ଓ ଉଚ୍ଚ ଶିକ୍ଷା ସଚିବ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଉଚ୍ଚଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି, ଖାଲି ପଡିଥିବା ପଦବୀ ପୂରଣ, ଶିକ୍ଷା କ୍ଷେତ୍ରରେ ଗବେଷଣା, ଭିତ୍ତିଭୂମି ସୁଦୃଢ଼ ଓ କ୍ୟାମ୍ପସରେ ଶାନ୍ତି ପ୍ରତିଷ୍ଠା ଉପରେ ବୈଠକରେ ଆଲୋଚନା ହୋଇଥିଲା।

ଦେଶର ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ବିଶ୍ୱବିଦ୍ୟାଳୟକିପରି ସ୍ଥାନ ପାଇବ ସେ ନେଇ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ବିକାଶ, ନିଯୁକ୍ତି ସୃଷ୍ଟି, ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଉତ୍ତମ ସାମଞ୍ଜସ୍ୟ ରକ୍ଷା କରି କିଭଳି ନିଯୁକ୍ତି ସୃଷ୍ଟଇ କରି ହେବ ତାହା ଉପରେ ଦୃଷ୍ଟଇ ଦେବାକୁ କୁଳପତିମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

Related story