ରାତିରେ ନାହିରେ ଲଗାନ୍ତୁ ନଡ଼ିଆ ତେଲ, ମିଳିବ ବହୁତ ଫାଇଦା

ସୁସ୍ଥ ରହିବାକୁ ଆମେ ବହୁତ କିଛି କରିଥାଉ। ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଉ। ଆମେ ନିତିଦିନ ବ୍ୟବହାର କରୁଥିବା ଏପରି ଏକ ଜିନିଷ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏହା ହେଲା ନଡ଼ିଆ ତେଲ। ଏଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଏବଂ ଘା’ ଭଲ କରିବାର କ୍ଷମତା ରହିଛି। ଆମେ ପ୍ରତିଦିନ ନଡ଼ିଆ ତେଲକୁ ମୁଣ୍ଡରେ, ଦେହରେ ଲଗାଇବା ସହ ଓ ଲିପ୍‌ ବାମ୍‌ ଭାବେ ବ୍ୟବହାର କରିନ୍ତି। ଜାଣିଲେ ଆଶ୍ଚର୍ଯ୍ୟ […]

Coconutoil

Rakesh Mallick
  • Published: Saturday, 20 January 2018
  • , Updated: 20 January 2018, 08:50 AM IST

ସୁସ୍ଥ ରହିବାକୁ ଆମେ ବହୁତ କିଛି କରିଥାଉ। ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଉ। ଆମେ ନିତିଦିନ ବ୍ୟବହାର କରୁଥିବା ଏପରି ଏକ ଜିନିଷ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏହା ହେଲା ନଡ଼ିଆ ତେଲ। ଏଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଏବଂ ଘା’ ଭଲ କରିବାର କ୍ଷମତା ରହିଛି। ଆମେ ପ୍ରତିଦିନ ନଡ଼ିଆ ତେଲକୁ ମୁଣ୍ଡରେ, ଦେହରେ ଲଗାଇବା ସହ ଓ ଲିପ୍‌ ବାମ୍‌ ଭାବେ ବ୍ୟବହାର କରିନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ନଡ଼ିଆ ତେଲକୁ ନାହିରେ ଲଗାଇଲେ ବହୁ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ। ଆସନ୍ତୁ ଜାଣିବା କ’ଣ ସବୁ ମିଳିଥାଏ ଲାଭ।

ନାହି ଏମିତି ଏକ ଅଙ୍ଗ, ଯାହାର ଏମ୍ବ୍ରିକଲ କୋର୍ଡ ମାଧ୍ୟମରେ ପେଟରେ ଥିବା ବେଳେ ଶିଶୁକୁ ପୋଷକ ତତ୍ତ୍ୱ ଯୋଗାଇଥାଏ। ନାହି ପାଖରେ ବହୁତ ନାଡ଼ି ଜୋଡ଼ି ହୋଇ ରହିଛି। ଏଥିପାଇଁ ନାହିରେ ନଡ଼ିଆ ତେଲ ଲଗାଇଲେ ଏହାର ଫାଇଦା ଶରୀରର ଭିତିରି ଅଙ୍ଗକୁ ମିଳିଥାଏ। ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

  • ଆୟୁର୍ବେଦ ଅନୁସାରେ ନାହିରେ ନଡ଼ିଆ ତେଲେ ଲଗାଇଲେ ପେଟ ଭିତର ଓ ବାହାର ଅଂଶ ଭଲ ରହିଥାଏ। ଏହା ପେଟ ଫୁଲିବା ସମସ୍ୟା ଦୂର କରିଥାଏ।
  • ନଡ଼ିଆ ତେଲରେ Triglycerides ରହିଛି ଯାହା ଗର୍ଭାଶୟ ସମସ୍ୟାର ସମାଧାନ କରିଥାଏ। ଏହାସହ ଏହା ପେଟ ବଢ଼ିବାକୁ କମ୍‌ କରିଥାଏ।
  • ନଡ଼ିଆ ତେଲରେ ରହିଥିବା Antioxidant ଋତୁସ୍ରାବ ସମୟରେ ହେଉଥିବା ଦରଜ ଓ ଜଖମରୁ ଆରାମ ଦେଇଥାଏ। ନାହିରେ ତେଲ ଲଗାଇବା ଦ୍ୱାରା ଦରଜ କମି ଯାଇଥାଏ।
  • ଆଖିକୁ ସୁସ୍ଥ ରଖେ: ଦୃଷ୍ଟି ଶକ୍ତିକୁ ଭଲ ରଖିବା ପାଇଁ ନଡ଼ିଆ ତେଲେ ଲାଭଦାୟକ ହୋଇଥାଏ। ଏଥିପାଇଁ ଏହାକୁ ନାହିରେ ଲଗାନ୍ତୁ।

Related story