ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଣୀବିହାର ବନ୍ଦ, ନିର୍ବାଚନ ବାତିଲ

ଭୁବନେଶ୍ୱର: ଛାତ୍ର ଉତ୍ତେଜନା ଯୋଗୁଁ ବାଣୀବିହାରକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଏହାସହ ଛାତ୍ର ସଂସଦ ନିର୍ବାଚନକୁ ମଧ୍ୟ ବାତିଲ କରି ଦିଆଯାଇଛି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ  ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲିର ହିଂସାକାଣ୍ଡ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ଗତକାଲି ବାଣୀବିହାର ମୁଖ୍ୟ ଫାଟକରେ ୧୪୪ ଧାରା ଜାରି ସତ୍ତ୍ୱେ କୁଳପତିଙ୍କ କାର୍ଯ୍ୟାଳୟରେ ବୋମାମାଡ଼ ହୋଇଥିଲା। ଏହା ପୂର୍ବରୁ ଲେଡିଜ୍ ହଷ୍ଟେଲ୍‌ରେ ବୋମାମାଡ଼ ଘଟଣାକୁ କେନ୍ଦ୍ର କରି କ୍ୟାମ୍ପସରେ […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 02:02 PM IST

ଭୁବନେଶ୍ୱର: ଛାତ୍ର ଉତ୍ତେଜନା ଯୋଗୁଁ ବାଣୀବିହାରକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଏହାସହ ଛାତ୍ର ସଂସଦ ନିର୍ବାଚନକୁ ମଧ୍ୟ ବାତିଲ କରି ଦିଆଯାଇଛି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ  ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲିର ହିଂସାକାଣ୍ଡ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି।

ଗତକାଲି ବାଣୀବିହାର ମୁଖ୍ୟ ଫାଟକରେ ୧୪୪ ଧାରା ଜାରି ସତ୍ତ୍ୱେ କୁଳପତିଙ୍କ କାର୍ଯ୍ୟାଳୟରେ ବୋମାମାଡ଼ ହୋଇଥିଲା। ଏହା ପୂର୍ବରୁ ଲେଡିଜ୍ ହଷ୍ଟେଲ୍‌ରେ ବୋମାମାଡ଼ ଘଟଣାକୁ କେନ୍ଦ୍ର କରି କ୍ୟାମ୍ପସରେ ଲାଗି ରହିଥିଲା ଉତ୍ତେଜନା। ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେବା ସହ ବାଣୀବିହାର ମୁଖ୍ୟ ଫାଟକ ନିକଟରେ ଗୋଟିଏ ଗୋଷ୍ଠୀର ଜଣେ ଛାତ୍ରଙ୍କ ଉପରେ ଅପରଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣରେ ଛାତ୍ର ଜଣଙ୍କ ଗୁରୁତର ଆହତ ହୋଇଥିଲେ।

ଏହି ଘଟଣା ପରେ ପୋଲିସ୍ ଛାଉଣୀରେ ପରିଣତ ହୋଇଛି ପୁରା କ୍ୟାମ୍ପସ୍। ସ୍ଥିତି ନିୟନ୍ତ୍ରଣ ପାଇଁ କ୍ୟାମ୍ପସ୍‌ରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବା ସହ ମୁଖ୍ୟ ଫାଟକରେ ୧୪୪ ଧାରା ଜାରି କରାଯାଇଛି।

ନିର୍ବାଚନ ବାତିଲ ହେବା ପରେ ଗୋଟିଏ ଛାତ୍ର ଗୋଷ୍ଠୀ  ଭିସିଙ୍କ ଅଫିସ୍‌ ଆଗରେ ବସି ଧାରଣା ଦେଇଥିଲେ। କ୍ୟାମ୍ପସରେ ଅଶାନ୍ତି ଲାଗି ରହୁଥିବାରୁ ୟୁନିଭର୍ସିଟି ଲ’ କଲେଜରେ ନିର୍ବାଚନ ବାତିଲ କରାଯାଇଛି। ଏହାସହିତ ତୁରନ୍ତୁ ଛାତ୍ରୀ ନିବାସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story