ଘରେ ଅବା ଅଫିସ୍‌ରେ ଫୁଲ ରଖିବା ପୂର୍ବରୁ ଧ୍ୟାନ ଦିଅନ୍ତୁ କେତୋଟି କଥା ଉପରେ

  ଅଧିକାଶଂ ଲୋକେ ଘରେ ଅବା ଅଫିସ୍‌ରେ ଫୁଲ ସଜେଇ ରଖିବାକୁ ଭଲ ପାଆନ୍ତି। ତେବେ ଘରେ ଅବା ଅଫିସ୍‌ରେ ଫୁଲ ରଖିବା ପୂର୍ବରୁ କିଛି କଥା ଉପରେ ଅବଶ୍ୟ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଘର ସଜାଇବା ପାଇଁ ସତେଜ ଫୁଲ ବ୍ୟବହାର କରନ୍ତୁ। ଶୁଖିଯାଇଥିବା ଫୁଲକୁ ଘରେ ରଖନ୍ତୁ ନାହିଁ । ସତେଜ ଫୁଲ ଜୀବନର ପ୍ରତୀକ ଭାବେ ବିଶ୍ୱାସ କରାଯାଉଥିବା ବେଳେ ଶୁଖିଯାଇଥିବା ଫୁଲ ମୃତ୍ୟୁର ସୂଚକ […]

Flower

Flower

Rakesh Mallick
  • Published: Friday, 17 November 2017
  • Updated: 17 November 2017, 08:25 AM IST

Sports

Latest News

 

ଅଧିକାଶଂ ଲୋକେ ଘରେ ଅବା ଅଫିସ୍‌ରେ ଫୁଲ ସଜେଇ ରଖିବାକୁ ଭଲ ପାଆନ୍ତି। ତେବେ ଘରେ ଅବା ଅଫିସ୍‌ରେ ଫୁଲ ରଖିବା ପୂର୍ବରୁ କିଛି କଥା ଉପରେ ଅବଶ୍ୟ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ।

  • ଘର ସଜାଇବା ପାଇଁ ସତେଜ ଫୁଲ ବ୍ୟବହାର କରନ୍ତୁ। ଶୁଖିଯାଇଥିବା ଫୁଲକୁ ଘରେ ରଖନ୍ତୁ ନାହିଁ । ସତେଜ ଫୁଲ ଜୀବନର ପ୍ରତୀକ ଭାବେ ବିଶ୍ୱାସ କରାଯାଉଥିବା ବେଳେ ଶୁଖିଯାଇଥିବା ଫୁଲ ମୃତ୍ୟୁର ସୂଚକ ହୋଇଥାଏ। ଶୁଖିଯାଇଥିବା ଫୁଲକୁ ଘରେ ରଖିବା ଦ୍ୱାରା ନକାରାତ୍ମକ ପ୍ରଭାବ ଘରେ ପଡ଼ିଥାଏ।
  • ଫୁଲ ପାଖୁଡାକୁ ଡ୍ରଇଁ ରୁମ୍‌ ଅବା ଡାଇନିଂ ରୁମ୍‌ରେ ରଖନ୍ତୁ । ଭୁଲ୍‌ରେ ମଧ୍ୟ ଫୁଲ ଗୁଡିକୁ ବେଡ୍‌ ରୁମ୍‌ରେ ରଖନ୍ତୁ ନାହିଁ । ଯଦି ଆପଣଙ୍କ ଘରେ କେହି ବେମାର ବ୍ୟକ୍ତି ରହିଥାନ୍ତି, ତେବେ ସେହି ବ୍ୟକ୍ତିର ରୁମ୍‌ରେ ଫୁଲ ଗୁଡିକୁ ରଖିପାରିବେ।
  • ଆପଣ ସତେଜ ଫୁଲ ବଦଳରେ ପ୍ଲାଷ୍ଟିକ୍‌ ଅବା ରେଶମ ଫୁଲକୁ ଘରେ ରଖିପାରିବେ।
  • ଘରେ ଅବା ଅଫିସ୍‌ ଡେସ୍କରେ ସତେଜ ଫୁଲ ତଥା ଫୁଲଦାନୀ ରଖିବାକୁ ଚେଷ୍ଟା କରନ୍ତୁ ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos