ବିଶ୍ୱହିନ୍ଦୁ ପରିଷଦର ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ

ରାଉରକେଲା: ସୋସିଆଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଗଣ୍ଡଗୋଳ ଘଟଣା ପ୍ରତିବାଦରେ ଆଜି ବିଶ୍ୱହିନ୍ଦୁ ପରିଷଦ ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡାକରା ଦେଇଛି। ଫଳରେ ଗାଡି ମଟର ଚଳାଚଳ ପ୍ରଭାବିତ ହୋଇଛି। ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ସମ୍ୱେଦନଶୀଳ ସ୍ଥାନରେ ପୋଲିସ୍ ମୁତୟନ କରାଯାଇଛି। ସହରରେ ମୋଟ ୩୦ ପ୍ଲାଟୁନ୍‌ ପୋଲିସ୍‌ ମୁତୟନ କରାଯାଇଥିବା ବେଳେ ସିଆର୍‌ପିଏଫ୍‌ ଯବାନଙ୍କ ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି। ବିଶ୍ୱହିନ୍ଦୁ ପରିଷଦର ବନ୍ଦ ଡାକରାକୁ ବିଜେପି ସମର୍ଥନ ଦେଇଥିବାରୁ ଗତକାଲି […]

rkl

Rakesh Mallick
  • Published: Saturday, 16 July 2016
  • , Updated: 16 July 2016, 01:55 PM IST

ରାଉରକେଲା: ସୋସିଆଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଗଣ୍ଡଗୋଳ ଘଟଣା ପ୍ରତିବାଦରେ ଆଜି ବିଶ୍ୱହିନ୍ଦୁ ପରିଷଦ ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡାକରା ଦେଇଛି। ଫଳରେ ଗାଡି ମଟର ଚଳାଚଳ ପ୍ରଭାବିତ ହୋଇଛି। ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ସମ୍ୱେଦନଶୀଳ ସ୍ଥାନରେ ପୋଲିସ୍ ମୁତୟନ କରାଯାଇଛି। ସହରରେ ମୋଟ ୩୦ ପ୍ଲାଟୁନ୍‌ ପୋଲିସ୍‌ ମୁତୟନ କରାଯାଇଥିବା ବେଳେ ସିଆର୍‌ପିଏଫ୍‌ ଯବାନଙ୍କ ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି।

ବିଶ୍ୱହିନ୍ଦୁ ପରିଷଦର ବନ୍ଦ ଡାକରାକୁ ବିଜେପି ସମର୍ଥନ ଦେଇଥିବାରୁ ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଏଡିଏମ୍‌ ରବିନ୍ଦ୍ର ମିଶ୍ର ଭିଏଚ୍‌ପି ଓ ବିଜେପି ନେତାଙ୍କୁ ଡାକି ବନ୍ଦ ପ୍ରତ୍ୟାହାର କରି ଶାନ୍ତି ବଜାୟ ରଖିବାକୁ କହିଥିଲେ। ସେହିପରି ରାଉରକେଲାରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଶୁକ୍ରବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶାନ୍ତି ବଜାୟ ରଖିବାକୁ ସବୁ ସଦସ୍ୟ ପ୍ରତିଶ୍ରୁତି ଦେଇଥିଲେ।

Related story