ଭିଜିଲାନ୍ସ ଜାଲରେ କୋଟିପତି ଜେଲର୍

ସୁନ୍ଦରଗଡ଼: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସୁନ୍ଦରଗଡ଼ ଜେଲର୍‌ ସୟଦ ସାହିରୁଦ୍ଦିନ ଅହମ୍ମଦଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୁନ୍ଦରଗଡ଼ ଜେଲ୍‌ର ଏକ ଗେଷ୍ଟ୍ ହାଉସ୍‌ ସହିତ ଭୁବନେଶ୍ୱରର ସାମନ୍ତ ବିହାର ସ୍ଥିତ ପ୍ଲଟ୍‌ ନମ୍ବର ଏମ୍/୧୪ ଓ ଡୁମଡୁମା ହାଉସିଂବୋର୍ଡ କଲୋନୀ ଫେଜ୍‌-୩ର ପ୍ଳଟ୍‌ ନମ୍ବର ଏଲ୍‌-୨୪୯ରେ ଥିବା ତାଙ୍କ ଘରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ତାଙ୍କର କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ଠାବ କରାଯାଇଥିବା […]

vigilance

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 10:39 PM IST

ସୁନ୍ଦରଗଡ଼: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସୁନ୍ଦରଗଡ଼ ଜେଲର୍‌ ସୟଦ ସାହିରୁଦ୍ଦିନ ଅହମ୍ମଦଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୁନ୍ଦରଗଡ଼ ଜେଲ୍‌ର ଏକ ଗେଷ୍ଟ୍ ହାଉସ୍‌ ସହିତ ଭୁବନେଶ୍ୱରର ସାମନ୍ତ ବିହାର ସ୍ଥିତ ପ୍ଲଟ୍‌ ନମ୍ବର ଏମ୍/୧୪ ଓ ଡୁମଡୁମା ହାଉସିଂବୋର୍ଡ କଲୋନୀ ଫେଜ୍‌-୩ର ପ୍ଳଟ୍‌ ନମ୍ବର ଏଲ୍‌-୨୪୯ରେ ଥିବା ତାଙ୍କ ଘରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଛନ୍ତି।

ତାଙ୍କର କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି। ଆସନ୍ତାକାଲି ତାଙ୍କର ବ୍ୟାଙ୍କ ଲକର ଯାଞ୍ଚ କରାଯିବ। ଭିଜିଲାନ୍ସ ଡିଜି ଆର୍‌.ପି ଶର୍ମା କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜେଲ୍ ବିଭାଗକୁ ଚିଠି ଲେଖାଯିବ।

ଗତ କିଛି ଦିନ ତଳେ ସୟଦ ସାହିରୁଦ୍ଦିନ ସୁନ୍ଦରଗଡ଼ ଜେଲ୍‌କୁ ଜେଲର ଭାବେ ବଦଳି ହୋଇ ଆସିଥିଲେ। ତା’ପୂର୍ବରୁ ସେ ନବରଙ୍ଗପୁରରେ ଥିଲେ। ସୁନ୍ଦରଗଡ଼ରେ ସେ ଜେଲ୍‌ର ଏକ ଗେଷ୍ଟ୍ ହାଉସ୍‌ରେ ରହୁଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏବେ ଛୁଟିରେ ଅଛନ୍ତି।

Related story