ଭିମ୍‌ସାରରେ ଅଚଳାବସ୍ଥା ଜାରି : ଆଜି ବସିବ ଜୁନିୟର ଡାକ୍ତର ସଂଘର ଜେନେରାଲ୍ ବଡି ମିଟିଂ

ସମ୍ୱଲପୁର: ବୁର୍ଲା ଭିମ୍‌ସାରରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ବସିବ ଜୁନିୟର ଡାକ୍ତର ସଂଘର ଜେନେରାଲ୍ ବଡି ମିଟିଂ। ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସ୍ଥିର କରାଯିବ। ବୈଠକ ପରେ ନିଷ୍ପତ୍ତି ଜଣାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟାରେ ବୁର୍ଲା ଓ କଟକ ଏସ୍‌ସିବିର କିଛି ପିଜି ଛାତ୍ରଛାତ୍ରୀ ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସକାରାତ୍ମକ ଥିବା ଜୁନିୟର ଡାକ୍ତର ସଂଘ କହିଛି। ଆସନ୍ତା […]

sambulpur

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 10:55 AM IST

ସମ୍ୱଲପୁର: ବୁର୍ଲା ଭିମ୍‌ସାରରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଆଜି ବସିବ ଜୁନିୟର ଡାକ୍ତର ସଂଘର ଜେନେରାଲ୍ ବଡି ମିଟିଂ। ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସ୍ଥିର କରାଯିବ। ବୈଠକ ପରେ ନିଷ୍ପତ୍ତି ଜଣାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟାରେ ବୁର୍ଲା ଓ କଟକ ଏସ୍‌ସିବିର କିଛି ପିଜି ଛାତ୍ରଛାତ୍ରୀ ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା କରିଥିଲେ।

ଆଲୋଚନା ସକାରାତ୍ମକ ଥିବା ଜୁନିୟର ଡାକ୍ତର ସଂଘ କହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭିମସାର ସମସ୍ୟା ସମାଧାନର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା  ପ୍ରତିଶ୍ରୁତି ଦେଇଥିବା ଜୁନିୟର ଡାକ୍ତର ସଂଘ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।

Related story